Odisha news

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ସଫେଇ ଓ ବୃକ୍ଷ ରୋପଣ।

0

କୋଣାର୍କ, (sangram keshari mohapatra)- କୋଣାର୍କ ନିକଟସ୍ଥ ବାଲିଦୋକାନ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଅକ୍ଟୋବର ୯ ତାରିଖ ଶୁକ୍ରବାର ପୂର୍ବାହ୍ନରେ ମହାପୁରୁଷ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ରସାନନ୍ଦ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଭିଡ ନିୟମ ପାଳନ ପୂର୍ବକ ଅନୁଷ୍ଠାନର ଆଚାର୍ଯ୍ୟ  ଆଚାର୍ଯ୍ୟା ମାନେ ଯୋଗ ଦେଇ ମହାପୁରୁଷ ଗୋପବନ୍ଧୁଙ୍କ ପ୍ରତିମାରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଉତ୍କଳମଣୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବା ଓ ସୁନାଗରିକ ହେବା ପାଇଁ ଶପଥ କରିଥିଲେ।

ପରେ ପରେ ସାମାଜିକକର୍ମୀ ତଥା ପରିବେଶପ୍ରେମୀ ଜ୍ଞାନ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ୱରେ ‘ସୁନ୍ଦର ଆମ ବିଦ୍ୟାଳୟ ସୁନ୍ଦର ଆମ ପରିବେଶ’ ଆହ୍ୱାନ ନେଇ  ବିଦ୍ୟାଳୟର କର୍ମଚାରୀ ମାନେ  ମାସ୍କ ପିନ୍ଧିବା ସହ ସମଦୂରତା ବଜାୟ ରଖି ବିଦ୍ୟାଳୟ ପରିସର ବ୍ୟାପକ ସଫେଇ କରିବା ସହ ବିଭିନ୍ନ ପ୍ରଜାତିର ଔଷଧିୟ , ଫଳ ଓ ଫୁଲ ଗଛ ମାନ ଲଗାଯାଇଥିଲା।

ଏହି କାର୍ଯ୍ୟକ୍ରମରେ  ବାଲିଦୋକାନ ସରସ୍ବତୀ ଶିଶୁ ମନ୍ଦିରର ଆଚାର୍ଯ୍ୟ ପ୍ରସନ୍ନ ପାଇଟାଳ, ବିରଞ୍ଚି ବାହିନୀପତି, କ୍ଷୀରୋଦ ବେହେରା, ଆଚାର୍ଯ୍ୟା ସୁଜାତା ସାହୁ, ହରପ୍ରିୟା ମହାନ୍ତି, କବିତା ପରିଡା, ସରୋଜିନୀ ସ୍ୱାଇଁ, ଜ୍ୟୋତିର୍ମୟୀ ଗୁରୁ, ପୁଷ୍ପଲତା ପାଢ଼ୀ, ପ୍ରତିଭା ବିଶ୍ୱାଳ, ବୈଷ୍ଣବୀ ସ୍ୱାଇଁ , ଅର୍ଚ୍ଚନା ପରିଡା, ତନ୍ମୟୀ ଭୂୟାଁ, ଲିଜା ବିଶ୍ୱାଳ, ଲିଜି ଖଟୋଇ, ମନୋରମା ଦେଇ ଓ କୌଶଲ୍ୟା ନାୟକ ପ୍ରମୁଖ ଉପସ୍ଥିତ ରହି ସଫେଇ ଓ ବୃକ୍ଷ ରୋପଣ କରିଥିଲେ।

Nalco
Leave A Reply