Odisha news

ସର୍ବଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳର ବଣମଲ୍ଲୀ , କିନ୍ତୁ ବାଧକ ସାଜିଛି ଅର୍ଥ

0

ବାଲିଗୁଡା : ସର୍ବ ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି କନ୍ଧମାଳ ଜିଲ୍ଲାର ମେଲିସା ନାୟକ। ମେଲିସାଙ୍କ ଘର ହେଉଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ରାଇକିଆ ବ୍ଲକର ଗୁନ୍ଧାଣି ଗାଁରେ। ବର୍ତ୍ତମାନ ସେ ବ୍ରହ୍ମପୁର ଖଲିକୋଟ କଲେଜରେ ବିଏସସି କମ୍ପ୍ୟୁଟର ସାଇନ୍ସ ଦ୍ଵିତୀୟ ବର୍ଷରେ ପାଠ ପଢୁଛନ୍ତି। ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ମିସ ଟିନ୍ ଡିଭା ୨୦୨୦ ପ୍ରତିଯୋଗିତାରେ ଓଡ଼ିଶାରୁ ସେ ସ୍ଥାନ ପାଇଛନ୍ତି। ଏହି ପ୍ରତିଯୋଗିତାରେ ଆଗକୁ ବଢ଼ିବାକୁ ହେଲେ ମେଲିସାକୁ ଏବେ ଅର୍ଥର ଆବଶ୍ୟକତା ଅଛି।

ହେଲେ ଘରର ଆର୍ଥିକ ଅବସ୍ଥା ଭଲ ନଥିବା ଯୋଗୁଁ  ସେ ଆଗକୁ ବଢି ପାରିବେ କି ନାହିଁ। ଯାହାକୁ ସେ ନେଇ ଚିନ୍ତିତ ଅଛନ୍ତି। ଏ ନେଇ ମେଲିସା କହିଛନ୍ତି, ମୁଁ ସାଙ୍ଗଙ୍କଠାରୁ ମିସ ଟିନ୍ ଡିଭା ୨୦୨୦ ପ୍ରତିଯୋଗିତା ସମ୍ବନ୍ଧରେ ଜାଣିବାକୁ ପାଇଥିଲି। ଏଥିପାଇଁ ଆବେଦନ କରିଥିଲି ଏବଂ ସିଲେକ୍ଟ ହେବା ପରେ ମୋ ପାଖକୁ ଏକ ମେଲ୍ ଆସିଥିଲା। ଏଭଳି ସୁଯୋଗ ପାଇଥିବାରୁ ମୁଁ ବହୁତ ଖୁସି।

କନ୍ଧମାଳରୁ ପ୍ରଥମଥର ଲାଗି ମୁଁ ଏହି ସୁଯୋଗ ପାଇଛି। ଏଥିପାଇଁ ମୁଁ ମାନସିକ ଭାବେ ପ୍ରସ୍ତୁତ ମଧ୍ୟ ଅଛି। କିନ୍ତୁ ଗୋଟିଏ କାରଣ ପାଇଁ ମୁଁ ଆଗକୁ ବଢ଼ିପାରୁନି। ତାହା ହେଉଛି ଆର୍ଥିକ। ଯେହେତୁ ମୋ ପାଇଁ ଏହା ବଡ଼ ସୁଯୋଗ, ତେଣୁ ଏଥିପାଇଁ ଯଦି କନ୍ଧମାଳ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ସହଯୋଗ ମିଳେ ତେବେ ମୁଁ ନିଶ୍ଚୟ କନ୍ଧମାଳର ଟେକ ରଖିବି ।

 

Nalco
Leave A Reply