Odisha news

ଆଇପିଏଲ ୨୦୨୨ : କୋଲକାତା ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ

0

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୭ତମ ମ୍ୟାଚରେ କୋଲକାତା ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ  ରଖିଛି ରାଜସ୍ଥାନ ।

ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ଦେବୀଦତ୍ତ ପଡିକ୍କଲଙ୍କ ଓ୍ବିକେଟ ହରାଇ ଝଟକା ପାଇଥିଲା । ତେବେ ଜସ ବଟଲର ଓ ଅଧିନାୟକ ସଂଜୁ ସାମସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମାତ୍ର ତାରକା ବ୍ୟାଟ୍ସମ୍ୟାନ ଜସ ବଟଲର ମାତ୍ର ୨୨ ରନରେ ଆଉଟ୍ ହେବା ପରେ ଦଳର ରନଗତି ଧୀମେଇ ଯାଇଥିଲା । ସାମସନ ୫୪ ରନ କରିଥିବାବେଳେ ସିମରନ ହେଟମେୟର ୨୭ ରନ କରିଥିଲେ । କରୁନ ନାୟାର ୧୩ ରନ ଓ ରିଆନ ପରାଗ ୧୯ ରନ କରିଥିଲେ ।

କୋଲକାତା ପକ୍ଷରୁ ଟିମ ସାଉଦି ୨ଟି ଓ୍ବିକେଟ ନେଇଥିବାବେଳେ ଉମେଶ ଯାଦବ, ଅନୁକୂଳ ରାୟ ଓ ଶିବମ ମାଭି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.