ବାରିପଦା : ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୱାର୍ଡ ନମ୍ବର ୧୭, ବାରିପଦା ଠାରେ ପିସ୍ ବେଲ୍ ଅନୁଷ୍ଠାନ ମୟୂରଭଞ୍ଜ ଶାଖାର ପ୍ରଥମ ଫାଉଣ୍ଡେସନ୍ ଡେ ମେ ୧ ବିଶ୍ୱ ଶ୍ରମିକ ଦିବସ ଅବସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟଅତିଥି ଭାବେ ୧୭ନମ୍ବର ୱାର୍ଡ କାଉନ୍ସିଲର କରୁଣାକର ହେମ୍ବ୍ରମ, ଡାଃ ସୁମିତ୍ରା ସୋରେନ୍, ଡାଃ ଏସ୍କେ ଦତ୍ତ ଓ ଡାଃ ଅଲିଭା ପଣ୍ଡା ଯୋଗଦେଇଥିଲେ । ମୟୂରଭଞ୍ଜ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ପିସ୍ ବେଲ୍ ମୁଖ୍ୟ ହରେକୃଷ୍ଣ ବେହେରା ଓ ଆଶିଷ ଆଚାର୍ଯ୍ୟ, ବାଲେଶ୍ୱର ଜିଲ୍ଲାର ମୁଖ୍ୟ ହରିହର ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ନିଜ ନିଜର ମନ୍ତବ୍ୟ ରଖିଥିଲେ ।
