ଆଇପିଏଲ୍ ୨୦୨୪ର ୧୫ତମ ମ୍ୟାଚ୍ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ (ଏଲଏସଜି) ମୁହାଁମୁହିଁ ହୋଇଛନ୍ତି। ବେଙ୍ଗାଲୁରୁ ଏମ୍ ଚିନ୍ନାସ୍ବାମୀ ଷ୍ଟାହିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ଫାପ୍ ଡି ଫ୍ଲାସିସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ କେଏଲ ରାହୁଲଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ଲେଇଙ୍ଗ ୧୧ରେ ବିରାଟ କୋହଲି, ଫାଫ୍ ଡୁ ଫ୍ଲେସିସ୍ (ଅଧିନାୟକ), କୈମରୁନ୍ ଗ୍ରୀନ୍, ଗ୍ଲେନ୍ ମ୍ୟାକ୍ସୱେଲ, ରଜତ ପଟିଦାର, ଦିନେଶ କାର୍ତ୍ତିକ, ଅନୁଜ ରାୱତ( ୱିକେଟ କିପର) ରିସ୍ ଟପଲେ, ମୟଙ୍କ ଡାଗର, ମହମ୍ମଦ ସିରାଜ, ୟଶ ଦୟାଲ ରହିଛନ୍ତି।
ସେହିପରି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପ୍ଲେଇଙ୍ଗ ୧୧ରେ କ୍ବିଟନ ଡି କକ୍( ୱିକେଟ କିପର) କେଏଲ ରାହୁଲ( ଅଧିନାୟକ), ନିକୋଲସ ପୁରନ, ଆୟୁବ ବଦୋନି, କ୍ରୁଣାଳ ପାଣ୍ଡ୍ୟା, ରବି ବିଶ୍ନୋଇ, ୟଶ୍ ଠାକୁର, ନବୀନ ଉଲ୍ ହକ୍, ମୟଙ୍କ ଯାଦବ ରହିଛନ୍ତି।