ନୁ୍ୟଜିଲାଣ୍ଡର ଜଣେ ବ୍ୟକ୍ତି ଗୋଟିଏ ଗଛ ପାଇଁ ପ୍ରାୟ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ବୃକ୍ଷପ୍ରେମୀଙ୍କ ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି । ରଫିଦୋଫୋରା ଗଛ ପାଇଁ ଏତେ ଟଙ୍କା ଖର୍ଚ୍ଚ କରି ସେ ରେକର୍ଡ଼ କରିଛନ୍ତି । ଏହା ଏକ ଦୁର୍ଲଭ ପ୍ରଜାତିର ନମନୀୟ ବୃକ୍ଷ । ଏହାର ବିଶେଷତ୍ୱ ହେଉଛି ଏଥିରେ ହଳଦିଆ, ଗୋଲାପି, ଧଳା ଓ ବାଇଗଣୀ ରଙ୍ଗର ପତ୍ର ହୋଇଥାଏ । ହେଲେ ପତ୍ରରେ କ୍ଲୋରୋଫିଲ୍‌ ନ ଥାଏ । ଘରେ ବଢ଼ାଇବା ପାଇଁ ଏହାର ଖୁବ୍‌ ଯନି ନେବାକୁ ପଡ଼ିଥାଏ । ବେଳେବେଳେ ପତ୍ର ଏହାର ବିଶିଷ୍ଟ ରଙ୍ଗ ହରାଇଥାଏ । ଏହାର ବୈଜ୍ଞାନିକ ନାମ ‘ମନେଷ୍ଟରା’ । ଗୋଟିଏ ଗଛରେ ଗୋଟିଏ ମାତ୍ର ପତ୍ର ହୋଇଥାଏ । ମେ-ଜୁନ୍‌ ମଧ୍ୟରେ ୩୩ ହଜାର ଲୋକ ଏହି ଗଛ କିଣିବା ପାଇଁ ଅନ୍‌ଲାଇନ୍‌ ସର୍ଚ୍ଚ କରିଛନ୍ତି ।

LEAVE A REPLY

Please enter your comment!
Please enter your name here