Odisha news

କଣ ମୋଟାପା ଇନଫର୍ଟିଲିଟି ର କାରଣ ? କଣ କହୁଛି ଗବେଷଣା

0

ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଦିନକୁ ଦିନ ଦୁନିଆରେ ମହିଳା ମାନଙ୍କ ନିକଟରେ ବାଞ୍ଝପଣ ର ଶିକାର ହେଉଛନ୍ତି l ଭାରତରେ ମୋଟାପା ବୃଦ୍ଧିର ମାମଲା ଦିନକୁ ଦିନ ବଢି ବଢି ଚାଲିଛି l ଭାରତରେ ପାଖାପାଖି ୪.୪ କୋଟି ମହିଳା ମୋଟାପା ରେ ପୀଡିତ ଅଟନ୍ତି l ମୋଟାପଣ ଦ୍ୱାରା ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ଅଧିକ  ପୀଡିତ ହେଉଛନ୍ତି l ମହିଳା ମାନେ ମୋଟାପଣ ଦ୍ୱାରା ପୀଡିତ ହେବା ଦ୍ୱାରା ସେମାନଙ୍କ ନିକଟରେ ରିପ୍ରଡକ୍ସନ ଅର୍ଥାତ ପ୍ରଜନନ ର ସମସ୍ୟା ବୃଦ୍ଧି ପାଉଛି l

ମୋଟାପା କାରଣରୁ ହୃଦଘାତ ସମସ୍ୟା, ମଧୁମେହ ଭଳି ସମସ୍ୟା ଦେଖା ଦେଉଛି l ଏହାଛଡା  ପ୍ରଜନନ କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ l

– ଗବେଷକ ଙ୍କ ମତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ଇନଫର୍ଟିଲିଟି ସମସ୍ୟା ସେହି ବ୍ୟକ୍ତି ମାନଙ୍କ ନିକଟରେ ଦେଖା ଯାଇଥାଏ, ଯେଉଁ ମାନେ ମୋଟାପଣ ର ଶିକାର ହୋଇ ଥାଆନ୍ତି l ସୂଚନା ଅନୁସାରେ ମୋଟାପା ରିପ୍ରଡକ୍ଟିଭ ସିଷ୍ଟମ ବାଧା ପ୍ରାପ୍ତ ହୋଇଥାଏ l

– ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ଇନଫର୍ଟିଲିଟି ରିପ୍ରଡକ୍ଟିଭ ସିଷ୍ଟମ ର ଗୋଟିଏ ରୋଗ ଅଟେ, ଯାହାକି ୧୨ ମାସ ରୁ ଉର୍ଧ୍ଵ ସମୟ ଲାଗିଥାଏ l ଶାରୀରିକ ସମ୍ବନ୍ଧ ରଖିବା ପରେ ଯଦି ଗର୍ଭ ଧାରଣ ହୋଇନଥାଏ ତେବେ ଏହାକୁ ଇନଫର୍ଟିଲିଟି ବୋଲି କୁହାଯାଇଥାଏ l

– ମୋଟାପା କାରଣରୁ ହେଉଥିବା ଶାରୀରିକ ସମସ୍ୟା ମଧ୍ୟରେ ପିଲାଛୁଆ ନହେବା ଗୋଟିଏ ବଡ଼ ଅସୁବିଧାର କାରଣ ଅଟେ l ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଯଦି ଜଣେ ମହିଳା ର ଅଣ୍ଟା ଗୋଟିଏ ଇଞ୍ଚ ଚଉଡା ହୋଇଥାଏ ତେବେ ୩ ପ୍ରତିଶତ ଫର୍ଟିଲିଟି ସମସ୍ୟା ବୃଦ୍ଧି ହୋଇଥାଏ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଯଦି ଆପଣ ଓଜନ ବୃଦ୍ଧିର ଶିକାର ହେଉଛନ୍ତି ତେବେ ଗର୍ଭ ଧାରଣ ପୂର୍ବରୁ ମହିଳା ମାନେ ଓଜନ ହ୍ରାସ କରିବା ଆବଶ୍ୟକ, କାହିଁକି ନା ଯଦିବି ଗର୍ଭ ଧାରଣ କରିବେ ତେବେ ପିଲା ମିସ କ୍ୟାରେଜ ମଧ୍ୟ ହେବାର ସମ୍ଭାବନା ହୋଇଥାଏ l

Leave A Reply