Odisha news

ଭାରତ କିଣିବ ଅଧିକ ସ୍ପାଇସ୍ -୨୦୦୦ ବୋମା

0

ନୂଆଦିଲ୍ଲୀ ,୩୦/୬(ଏଜେନ୍ସି) : ଆକାଶ ମାର୍ଗରେ ଥାଇ ଭୂପୃଷ୍ଠରେ ଥିବା ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଉଡାଇ ଦେବା ପାଇଁ ଶତ ପ୍ରତିଶତ ଦକ୍ଷତା ରଖୁଥିବା ଓ ପ୍ରମାଣ ସିଦ୍ଧ ଥିବା ଅତ୍ୟନ୍ତ ଶକ୍ତିଶାଳୀ ତଥା ସାଂଘାତିକ ସ୍ପାଇସ୍ -୨୦୦୦ ବୋମାକୁ ଅଧିକ ମାତ୍ରାରେ କ୍ରୟ କରିବା ପାଇଁ ଭାରତୀୟ ସେନା ନିଷ୍ପତି ନେଇଛି । ଏବଂ ସେନାର ଏହି ନିଷ୍ପତିକୁ ଅଗ୍ରାଧିକାର ଦେଇ ଅବିକଳମ୍ବେ କାର୍ଯ୍ୟକାରୀ କରିବାକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି ଭାରତ ସରକାର । ଲଦାଖର ଗଲୱାନା ଘାଟିରେ ଏଲଏସିକୁ କେନ୍ଦ୍ର କରି ସଂପ୍ରତି ଉଭୟ ଭାରତ ଓ ଚୀନ୍‌ର ସେନା ମୁହାଁମୁହିଁ ଅବସ୍ଥାରେ ରହିଛି । ଏପରିପ୍ରେକ୍ଷୀରେ ଭାରତୀୟ ସେନାର ସ୍ପାଇସ୍ -୨୦୦୦ ବୋମା କ୍ରୟ ନିଷ୍ପତିକୁ ସରକାର ଅଗ୍ରାଧିକାର ଦେଇ ମଂଜୁର କରିବା ଘଟଣାକୁ ସାମରିକ ବିଶେଷଜ୍ଞମାନେ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରୁଛନ୍ତି । କାରଣ, ଗତବର୍ଷ ଭାରତୀୟ ସେନା ପାକିସ୍ତାନ ଭିତରେ ସର୍ଜିକାଲ ଷ୍ଟ୍ରାଇକ୍ କରି ବାଲାକୋଟରେ ଥିବା ପାକିସ୍ତାନୀ ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ଘଟଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏହି ସ୍ପାଇସ୍‌-୨୦୦୦ ବୋମା । ଭାରତୀୟସେନା ନିକଟରେ ଥିବା ସ୍ପାଇସ୍‌- ୨୦୦୦ ବୋମା ୭୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ନଷ୍ଟ କରିବାର କ୍ଷମତା ରଖିଛି । ଏପରିକି ଶତ୍ରୁପକ୍ଷର ବଙ୍କର ଏହି ସ୍ପାଇସ୍ -୨୦୦୦ ବୋମା ମାଡରୁ ନିଜକୁ ବଂଚାଇ ରଖି ପାରିବ ନାହିଁ । ବାଲାକୋଟ ଏୟାର

Nalco

Leave A Reply