ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ୧୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେମାନେ ଜିଲାର ବିଭିନ୍ନ ୭ ଟି ସଂଙ୍ଗରୋଧ କେନ୍ଦ୍ରରୁ ଆସିଥିବା ଜଣପଡିଛି । ନୂତନ ୧୫ ଜଣ ରୋଗୀଙ୍କୁ ମିଶାଇ କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୫୨ରେ ହୋଇଛି ବର୍ତମାନ ସୁଦ୍ଧା ୨୨ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୦ ଜଣ କରୋନା ରୋଗୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଜିଲ୍ଲାକୁ ୮ ହଜାରରୁ ଉଦ୍ଧ୍ୱର୍ ପ୍ରବାସୀ ଓଡିଆ ଫେରିଥିବା ବେଳେ ୩୦ ହଜାର ପ୍ରବାସୀ ଓଡିଆ କନ୍ଧମାଳକୁ ଫେରିବା ପାଇଁ ପଂଜିକୃତ କରିଛନ୍ତି । ତେଣୁ ଜିଲାରେ ଆହୁରି ଅଧିକ ସଂକ୍ଷକ କରୋନା ସଂକ୍ରମଣର ଆଶଙ୍କା କରି ଜିଲା ପ୍ରଶାସନ ତରଫରୁ ଲୋକଙ୍କୁ ଏଥିପ୍ରତି ସତର୍କ ରହିବା ସହିତ ସଫାସୁତୁରା ରହିବା ଏବଂ ସାମାଜିକ ଦୁରତାକୁ ବଜାୟ ରଖି ବିଭିନ୍ନ କାର୍ଯ୍ୟ କରିବା ଓ ମାସ୍କ ପରିଧାନ କରିବା ସହିତ ପ୍ରତି ଅଧଘଣ୍ଟା ବ୍ୟବଧାନରେ ସାବୁନରେ ହାତ ଧୋଇବା ଭଳି ସତର୍କତା ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଉଛି । ଫୁଲବାଣୀ ସମେତ ଜିଲାରେ ବିଭିନ୍ନ ଜନଗହଳି ଯାଗାକୁ େଓøଷଧ ସିଂଚନ କରାଯାଇ ସାନିଟାଇଜ୍ କରାଯାଉଛି ।