ପାରାଦୀପ : ପାରାଦୀପ ଇଫକୋ ସାର କାରଖାନା ମଧ୍ୟରେ ଗତ 7 ତାରିଖ ଦିନ ଦୁର୍ଘଟଣା ର ଶିକାର ହୋଇଥିବା ଶ୍ରମିକ ନବ କିଶୋର ବେହେରା ଙ୍କର ଆଜି ସକାଳେ ମୃତ୍ୟୁ ଘଟିଛି | ସାଥୀ ଶ୍ରମିକ ମାନେ ତାଙ୍କ ପରିବାର ରୁ ଜଣଙ୍କୁ ଚାକିରି ଓ କ୍ଷତିପୂରଣ ବାବଦକୁ 10 ଲକ୍ଷ୍ୟ ଟଙ୍କା ଦାବିରେ ଇଫକୋ କାରଖାନା ଫାଟକ ଆଗରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି | ମୃତ ନବକିଶୋର ବେହେରା ସଲଫିରିକ ଏସିଡ ପ୍ଲାଣ୍ଟ ରେ ହାଉସ କିପିଙ୍ଗ କାର୍ଯ୍ୟ କରନ୍ତି | ସେ ଗତ 7 ତାରିଖ ଦିନ ସକାଳ ଡିଉଟି ସମୟରେ ପଡି ଯାଇଥିଲେ | ତାଙ୍କୁ ଇଫ କୋ ମ୍ୟାନେଜମେଣ୍ଟ କଟକ ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା | କମ୍ପାନୀ ପକ୍ଷ୍ୟରୁ କିଛି ପଦକ୍ଷେପ ନ ନିଆଗଲେ ଆସନ୍ତା କାଲି ସକାଳ 8 ଘଟିକା ସମୟରେ ଶ୍ରମିକ ମାନେ ଫାଟକ ଅବରୋଧ କରିବା ପାଇଁ ଚେତାବନୀ ଦେଇଛନ୍ତି |