ଆଜିକାଲି ଆମର ସାରା ଦିନ ହୋହା ଘୋଘl ରେ ବିତି ଯାଉଛି l ଆମ ଚତୁର୍ପାର୍ଶ୍ୱ ବାତାବରଣ ରେ ଏତେ ଧ୍ୱନୀ ଯେ କେତେବେଳେ ଆମ ଦିନଚର୍ଯ୍ୟାରେ ଗୋଟିଏ ଅଂଶ ହୋଇଯାଇଥାଏ ଆମେ ଜାଣି ନଥାଉ l ତାହା ଟ୍ରାଫିକ ପୋଷ୍ଟ ରେ ଗାଡିର ସାଉଣ୍ଡ ହେଉ କିମ୍ବା ପବ୍ଲିକ ପ୍ଲେସ ରେ ନାଚଗୀତ ର ସାଉଣ୍ଡ ହେଉ , ଯାହାଦ୍ୱାରା ଆମେ ମାନସିକ ସ୍ତର ରେ ଶାନ୍ତି ପାଇ ନଥାଉ ଓ ଅନେକ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହୋଇଥାଉ l ନିକଟରେ ହୋଇଥିବା ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ଏହି ସମସ୍ତ ଶାରୀରିକ ଓ ମାନସିକ ସମସ୍ୟା ଠାରୁ ରକ୍ଷା ପାଇବାର ଉପାୟ ହେଉଛି ମୌନ ବ୍ରତ l ଆଧ୍ୟାତ୍ମ ରେ ମଧ୍ୟ ମୌନ ରହିବା ଖୁବ ଶୁଭ l ବିଜ୍ଞାନ ମଧ୍ୟ କହୁଛି ଯେ ଧ୍ୱନୀ ଶରୀର ପାଇଁ ଖୁବ କ୍ଷତିକାରକ l
କଣ କହୁଛି ଗବେଷଣା ?
ଗବେଷଣା ଓ ବିଶେଷଜ୍ଞ ଙ୍କ ମତରେ ଯଦି ଆମେ ସମସ୍ତ ଶବ୍ଦ ଠାରୁ ଦୁରେଇ ଯାଇ ଯଦି ଏକୁଟିଆ ମୌନ ହୋଇ ବସିବା ତେବେ ଏହା ଆମ ଶରୀରକୁ ସୁସ୍ଥ ରଖିବ l ପୂର୍ବେ ଭାରତର ସାଧୁମାନେ ବର୍ଷ ବର୍ଷ ଧରି ମୌନ ରହି ନିଜର ଆୟୁ ବୃଦ୍ଧି କରୁଥିଲେ l କାହିଁକି ଧ୍ୱନି ଉଭୟ ମାନସିକ ଓ ଶାରୀରିକ କଷ୍ଟ ବୃଦ୍ଧି କରିଥାଏ l
* ଟେନ୍ସନ ଦୂର କରିଥାଏ ମୌନ ବ୍ରତ –
ଆମ ଚତୁର୍ପାର୍ଶ୍ୱରେ ଶବ୍ଦର ଓ ଧ୍ୱନିର ବାତାବରଣ ରେ ପରିପୂର୍ଣ l ଏହା ଆମକୁ ମାନସିକ ଚାପ ବଢ଼ାଇଥାଏ l ହର୍ମୋନ ଇମ୍ ବାଲାନ୍ସ ଯୋଗୁଁ ମନ ଚିଡିଚିଡା ଲାଗୁଥିଲେ ଦୂର ହୋଇଥାଏ l ମୌନ ରହିବା ଦ୍ୱାରା ଆମର କ୍ରିଏଟିଭିଟି ବୃଦ୍ଧି ହୋଇଥାଏ l ମୌନ ରହିଲେ ଭଲ ନିଦ ହୋଇଥାଏ
* ମୌନ ଯୋଗୁଁ ଦୂର ହୁଏ ହାଇପର ଟେନ୍ସନ –
ଯେଉଁ ବ୍ୟକ୍ତି ମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନଙ୍କ ପାଇଁ ମୌନବ୍ରତ କୌଣସି ବରଦାନ ଠାରୁ କମ୍ ନୁହେଁ l ୨୦୦୬ ରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ଗୀତ ଶୁଣିବାର ପରେ ରକ୍ତଚାପ ସନ୍ତୁଳନ ରହିଥାଏ ବୋଲି କୁହାଯାଇ ଥିଲା l ଯଦି ଗୀତର ଧନୀ ଅଧିକ ରହିଥାଏ ଏହା ରକ୍ତଚାପ ପାଇଁ ଠିକ ନୁହେଁ l
* ଏକାଗ୍ରତା ବଢ଼ାଇଥାଏ ମୌନ ବ୍ରତ –
ଆଗକାଳରେ ମୁନିଋଷି ମାନେ ଅଧିକ ଦିନ ଧରି ମୌନ ରହୁଥିବା କାରଣରୁ ସେମାନଙ୍କ ଏକାଗ୍ରତା ବୃଦ୍ଧି ପାଉଥିଲା l ଏହାଛଡା ଆଜିକାଲି ଅଧିକ ପାଟିତୁଣ୍ଡ ଓ ଶବ୍ଦ ଯୋଗୁଁ ଏକାଗ୍ରତାର ବାଧା ପ୍ରାପ୍ତ ହେଉଛି l ତେଣୁ ମୌନ ରହି ମାନସିକ ଶାନ୍ତି ବଢାଇବା ଉଚିତ l
* ଶକ୍ତି ସଂଚୟ କରିଥାଏ ମୌନ ବ୍ରତ –
ଦିନ ଯାକର ବ୍ୟସ୍ତ ବହୁଳ ଜୀବନ କାରଣରୁ ଆମ ମସ୍ତିଷ୍କରେ ବିଭିନ୍ନ ପ୍ରକାର ବିଚାର ଦୌଡ଼ି ବାକୁ ଲାଗିଥାଏ l ଏପରି ସ୍ଥିତିରେ ଯଦି ଆମେ ଶାନ୍ତ ବାତାବରଣ କୁ ଯାଇ ମନକୁ ସ୍ଥିର କରି କିଛି ସମୟ ପାଇଁ ବସି ରହିବା ତେବେ ଏହା ଆମ ଶରୀରକୁ ଶକ୍ତି ଯୋଗାଇ ଥାଏ l ଏହାଛଡା ୨୦୧୩ ରେ ମୂଷା ମାନଙ୍କ ଉପରେ ହୋଇଥିବା ଗୋଟିଏ ଗବେଷଣା ରୁ ଜଣା ପଡିଥିଲା ଯେ ଶାନ୍ତିରେ ରହି ଏକାଗ୍ରତା ବଢାଇବା ଦ୍ୱାରା ଶରୀରରେ ଗୁଡ଼ କୋଲେଷ୍ଟ୍ରଲ, ଗୁଡ଼ ହର୍ମୋନ ର ସୃଷ୍ଟି ହୋଇଥାଏ l