କଦଳୀ ଗୋଟିଏ ସ୍ୱାଦିଷ୍ଟ ଫଳ, ଏହାଛଡା ଶରୀର ପାଇଁ ମଧ୍ୟ ଖୁବ ହିତକର l କିନ୍ତୁ ବଜାରରେ ବିକ୍ରି ହେଉଥିବା ସମସ୍ତ କଦଳୀ ଶରୀର ପାଇଁ ଲାଭ ଦାୟକ ନୁହେଁ l କଦଳୀ ଶୀଘ୍ର ପାଚିବା ପାଇଁ ବ୍ୟବସାୟୀ ମାନେ କାର୍ବାଇଟ ର ବ୍ୟବହାର କରିଥାଆନ୍ତି l ଯାହାକି ଶରୀର ପାଇଁ କ୍ଷତିକାରକ ଅଟେ l ତେଣୁ କାର୍ବାଇଟ ଦିଆ କଦଳୀ ସେବନ କରୁଥିଲେ ଏହିସବୁ କଥାକୁ ନିହାତି ଧ୍ୟାନ ଦିଅନ୍ତୁ l
– ଭିଟାମିନ ରେ ଭରପୁର ଅଟେ କଦଳୀ :
କଦଳୀ ରେ ଅନେକ ପ୍ରକାର ପୋଷାକ ତତ୍ୱ ଭରି ରହିଥାଏ l ଯେପରିକି ଫାଇବର, ଭିଟାମିନ ବି 6, ଭିଟାମିନ ଏ , ସୋଡିୟମ, ପୋଟାସିୟମ, କ୍ୟାଲସିୟମ ଆଦି ମିଳିଥାଏ l ଏହାକୁ ଖାଇବା ଦ୍ୱାରା ଶରୀରକୁ ତୁରନ୍ତ ଉର୍ଜା ମିଳିଥାଏ l
– କାର୍ବାଇଟ ଦ୍ୱାରା ପାଚିଥିବା କଦଳୀ ଶରୀର ପକ୍ଷରେ କ୍ଷତିକାରକ :
ବ୍ୟବସାୟୀ ମାନେ କଦଳୀକୁ ଶୀଘ୍ର ପଚାଇବା ପାଇଁ କାର୍ବାଇଟ ର ପ୍ରୟୋଗ କରିଥାଆନ୍ତି l କାର୍ବାଇଟ ଦ୍ୱାରା ପାଚିଥିବା କଦଳୀ ସେବନ କରିବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ l
– ଯାହାଦ୍ୱାରା ପେଟ ଜନିତ ବିଭିନ୍ନ ସମସ୍ୟାରେ ଆମେ ରୋଗଗ୍ରସ୍ତ ହୋଇଥାଉ l
– କାର୍ବାଇଟ ଯୁକ୍ତ କଦଳୀ ଆମ ପାଚନ ତନ୍ତ୍ରକୁ ପ୍ରଭାବିତ କରିଥାଏ l
– କାର୍ବାଇଟ ଶରୀରରେ ଟ୍ୟୁମର ସୃଷ୍ଟି କରିଥାଏ ଓ ଜୀବନ ବିପଦପୂର୍ଣ୍ଣ ହୋଇଥାଏ l
* କିପରି ଜାଣିବେ କାର୍ବାଇଟ ରେ ପାଚିଥିବା କଦଳୀ ଓ ପ୍ରାକୃତିକ ଭାବରେ ପାଚିଥିବା କଦଳୀ ମଧ୍ୟରେ ପ୍ରଭେଦ -:
– କାର୍ବାଇଟ ଦ୍ୱାରା ପାଚିଥିବା କଦଳୀ ସଠିକ ଭାବରେ ସମ୍ପୂର୍ଣ ପାଚି ନଥାଏ, ଗୋଟିଏ ସ୍ଥାନ ଅଧିକ ପାଚିଲା ତ ଗୋଟିଏ ସ୍ଥାନ କମ ପାଚିଥାଏ l କିନ୍ତୁ ପ୍ରାକୃତିକ ଭାବରେ ପାଚିଥିବା କଦଳୀ ସମ୍ପୂର୍ଣ ଓ ସମାନ ଭାବରେ ପାଚିଥାଏ l
– ପ୍ରାକୃତିକ ଭାବରେ ପାଚିଥିବା କଦଳୀ ଅଧିକ ମିଠା ହୋଇଥାଏ, ଯେବେକି କାର୍ବାଇଟ ରେ ପାଚିଥିବା କଦଳୀ ସେଭଳି ମିଠା ଲାଗି ନଥାଏ l
– ପ୍ରାକୃତିକ ଉପାୟରେ ପାଚିଥିବା କଦଳୀ ଗାଢ଼ ହଳଦିଆ ଓ ଦାଗ ଯୁକ୍ତ ହୋଇଥାଏ କିନ୍ତୁ କାର୍ବାଇଟ ରେ ପାଚିଥିବା କଦଳୀ ହାଲୁକା ହଳଦିଆ ଦେଖା ଯାଇଥାଏ l
