Odisha news

ଟ୍ରେନ ସମ୍ଭଧୀୟ ଗୁରୁତ୍ୱ ପୁର୍ଣ ସୂଚନା : ଯାତ୍ରୀ ମାନଙ୍କ ଚାହିଦାକୁ ଦୃଷ୍ଟିରେରଖି ଭୁବନେଶ୍ୱର ଏବଂ ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

0

ଯାତ୍ରୀମାନଙ୍କ ସୁବିଧା ଏବଂ ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ମାସ ଶେଷ ସପ୍ତାହ ଠାରୁ ସେପ୍ଟେମ୍ବର ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର ଓ  ଧାନବାଦ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ ପାଇଁ ନିଷ୍ପତ୍ତି ନିଆଯାଇଅଛି |

02832 ଭୁବନେଶ୍ୱର-ଧାନବାଦ୍ ସ୍ପେଶାଲ୍ ଏକ୍ସପ୍ରେସ 23.08.2022 ରୁ 27.09.2022 ମଧ୍ୟରେ ଭୁବନେଶ୍ୱରରୁ ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଏବଂ ରବିବାର ଦିନ ସନ୍ଧ୍ୟା 08ଘ.25ମି. ରେ ଛାଡି ଧାନବାଦ୍ ଯାତ୍ରା କରିବ |

ଫେରିବା ପଥରେ 02831 ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ 24.08.2022 ରୁ 28.09.2022 ମଧ୍ୟରେ ଧାନବାଦ୍ ଠାରୁ ପ୍ରତ୍ୟେକ ବୁଧବାର, ଶନିବାର ଏବଂ ସୋମବାର ଦିନ ଅପରାହ୍ନ 04 ଘଟିକାରେ ଛାଡି ଭୁବନେଶ୍ୱର ଯାତ୍ରା କରିବ |

ଏହି ଟ୍ରେନ୍  ଭୁବନେଶ୍ୱର ଏବଂ ଧାନବାଦ୍ ମଧ୍ୟରେ ଉଭୟ ପାର୍ଶ୍ୱରୁ କଟକ, ଢ଼େଙ୍କାନାଳ, ତାଳଚେର ରୋଡ୍, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡା, ରାଉରକେଲା, ହଟିଆ, ରାଞ୍ଚି, ମୁରି ଏବଂ ବୋକରୋ ଷ୍ଟିଲ୍ ସିଟି ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏହାର ଗଠନରେ ଗୋଟିଏ ଏସି-2 ଟାୟାର, ତିନିଟି ଏସି-3 ଟାୟାର, 08 ଟି ସ୍ଲିପର୍ କ୍ଲାସ୍, 04 ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ ଉପଲବ୍ଧ ଅଛି |

Leave A Reply