ଜୀବନ ସଂଘର୍ଷ ମୟ , ଅନେକ ସମୟରେ ଆମେ ସଠିକ କାର୍ଯ୍ୟ କଲେ ମଧ୍ୟ ପରିଣାମ ଆମକୁ ଠିକ ଭାବରେ ମିଳିନଥାଏ l ଏହା ଏଥିପାଇଁ ଘଟିଥାଏ କାହିଁକି ନା ଆମେ ଶାସ୍ତ୍ର ଉଲଂଘନ କାର୍ଯ୍ୟ କିଛି କରିଥାଉ l ବ୍ରହ୍ମବୈବର୍ତ ପୁରାଣ ରେ ମଣିଷ ଜୀବନ କୁ ନେଇ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ ସେ କରିବା ଉଚିତ ନୁହେଁ ବୋଲି ଦର୍ଶା ଯାଇଛି l ଏହି ନିୟମ କୁ ଉଭୟ ନାରୀ-ପୁରୁଷ ମାନିବା ଜରୁରୀ l ଏହାକୁ ପାଳନ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ ଏବଂ ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ l
ଏହିଦିନ ଗୁଡିକରେ କରନ୍ତୁ ନାହିଁ ଏହି ଭୁଲ –
ଅମାବାସ୍ୟା, ପୂର୍ଣିମା, ଚତୁର୍ଦଶୀ , ଏକାଦଶୀ ତିଥି ହିନ୍ଦୁ ପଞ୍ଚାଙ୍ଗ ରେ ଖୁବ ଗୁରୁତ୍ୱପୂର୍ଣ ଅଟେ, ଏହି ସମସ୍ତ ତିଥି ପ୍ରତ୍ୟେକ ମାସରେ ଆସିଥାଏ l ଏହି ତିଥି ଗୁଡିକ ରେ ପୁରୁଷ ଓ ମହିଳା ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବା ଜରୁରୀ l ଏହାଛଡା ତୈଳ ମର୍ଦନ କରନ୍ତୁ ନାହିଁ, ଏବଂ ଶୁଦ୍ଧ ସାକାହାରୀ ଭୋଜନ ଗ୍ରହଣ କରିବା ଜରୁରୀ l
ଏହିଦିନ ସ୍ୱାମୀ ସ୍ତ୍ରୀ ରଖନ୍ତୁ ନାହିଁ ସମ୍ବନ୍ଧ –
ବ୍ରହ୍ମବୈବର୍ତ ପୂରାଣ ଅନୁସାରେ ସ୍ତ୍ରୀ ଓ ପୁରୁଷ କଦାପି ସକାଳ ଓ ସନ୍ଧ୍ୟା ସମୟରେ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ, ଏହି ସମୟରେ ସମ୍ବନ୍ଧ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଓ ପୁରୁଷ ଙ୍କୁ ଆକ୍ଷି କାନ ସମ୍ବନ୍ଧିତ ରୋଗରେ ଗ୍ରାସିତ ହୋଇ ଥାଆନ୍ତି l
ନାରୀ ମାନେ ଏହି ସବୁ କଥାକୁ ଧ୍ୟାନ ରଖନ୍ତୁ –
ବ୍ରହ୍ମବୈବର୍ତ ପୁରାଣ ଅନୁସାରେ ନାରୀ ମାନେ ନିଜ ସ୍ୱାମୀ ଙ୍କ ସହିତ ଆଦର ଓ ସମ୍ମାନ ସହକାରେ କଥା ହେବା ଆବଶ୍ୟକ l ଯଦି ନାରୀମାନେ ଏହିସବୁ କଥାକୁ ଧ୍ୟାନ ଦିଅନ୍ତି ନାହିଁ ତେବେ ପର ଜନ୍ମ ରେ ପଶୁ ଯୋନୀ ରେ ଜନ୍ମ ନିଅନ୍ତି l
ପୁରୁଷ ମାନେ ରଖନ୍ତୁ ଏହି କଥାକୁ ଧ୍ୟାନ –
ପୁରୁଷ ମାନେ ସର୍ବଦା ନାରୀ ର ସମ୍ମାନ କରିବା ଜରୁରୀ, ସିଏ ମା ହେଉ କିମ୍ବା ଭଉଣୀ ହେଉ କିମ୍ବା ପତ୍ନୀ ହେଉ l ନିଜ ପତ୍ନୀ ଙ୍କୁ ଉପଯୁକ୍ତ ସ୍ଥାନ ଦେବା ଜରୁରୀ l ଯେଉଁ ପୁରୁଷ ନାରୀକୁ ଅପମାନ କରିଥାଏ ସେ ଦରିଦ୍ରତା ର ସମ୍ମୁଖୀନ ହୋଇଥାଏ l
ପୂଜା କରିବା ସମୟରେ ରଖନ୍ତୁ ଏହି କଥାକୁ ଧ୍ୟାନ –
ପୂଜା କରିବା ସମୟ ରେ ହିନ୍ଦୁ ନାରୀ ମାନେ କଦାପି ତଳେ ବସି ପୂଜା କରିବା ଉଚିତ ନୁହେଁ, ଏବଂ ସବୁବେଳେ ମୁଣ୍ଡରେ ଓଢଣା ଦେଇ ପୂଜା କରିବା ଜରୁରୀ l ଏହାଦ୍ୱାରା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l