Odisha news

ଖଇରପୁଟିରେ ମହାସମାରୋହରେ ପାଳିତ ହେଲା ଦୋଳଯାତ୍ରା ଏବଂ ହୋଲି

0

ବେଲଗୁଣ୍ଠା, 08/03, ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ଗ୍ରାମରେ ମହାସମାରୋହରେ ପାଳିତ ଦୋଳଯାତ୍ରା ଏବଂ ହୋଲି ପାଳିର ହୋଇଯାଇଛି I ଗ୍ରାମରେ ରୀତିନୀତି ମୁତାବକ ଦୋଳରେ ବିଜେ କରାଯାଇ ବିରାଟ ପଟୁଆରରେ ଗ୍ରାମ କରାଯିବା ପରେ ହୋଲିକା ଦହନ କରାଯାଇ ଗ୍ରାମର ବଡଦାଣ୍ଡରେ ଠାକୁର ବିଜେ କରିଥିଲେ I ଠାକୁରଙ୍କ ସମ୍ମୁଖରେ ନିର୍ଦ୍ଦେଶକ ପ୍ରତାପ ପ୍ରଧାନଙ୍କ ନିର୍ଦ୍ଦେଶନାରେ ନାରାୟଣପୁରର କଳାକାର ମାନଙ୍କ ଦ୍ୱାରା ମହାନ୍ ପୌରାଣିକ ନାଟକ ରାମାୟଣ ମଞ୍ଚସ୍ଥ ହୋଇଥିଲା I ଆଜି ହୋଲି ଯାତ୍ରା ପରେ ଠାକୁର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ I କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ଜଗନ୍ନାଥ ନାୟକଙ୍କ ନେତୃତ୍ୱରେ ମହାଦେବ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଗ୍ରାମବାସୀମାନେ ସହଯୋଗ କରିଥିଲେ I ଯାତ୍ରା ଦେଖିବାପାଇଁ ଗ୍ରାମରେ ଦଶ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I

Leave A Reply