ଜମନକିରା,୮/୩: ଜମନକିରା ବ୍ଲକ ଅନ୍ତର୍ଗତ ଭୋଜାପୂର ସନ୍ତ ମେରୀ ମହିଳା ବିକାଶ ସିଲାଇ ପ୍ରଶିକ୍ଷଣ କେନ୍ଦ୍ର ଗୁଦ୍ରାପରା ଠାରେ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି। ଏହି କାର୍ଯକ୍ରମରେ ମୁଖ୍ୟଅତିଥି ଭାବେ ଗୁଦ୍ରାପରା ସ୍କୁଲର ଶିକ୍ଷକ ରାମୁ ମିଞ୍ଜ, ମୁଖ୍ୟବକ୍ତା ସନ୍ତ ପାଉଲ ଚର୍ଚ୍ଚ,ଗୁଦ୍ରାପରାର ସଂଚାଳକ ଫାଦର ପାଉଲ ମଥିୟୁ, ସିଷ୍ଟର ଆନିମା ସୋରେଙ୍ଗ ଏବଂ ମାଗ୍ରୀତା ମିଞ୍ଜ ଯୋଗଦାନ ଦେଇଥିଲେ। ଏହି କାର୍ଯକ୍ରମକୁ କୁଚିଣ୍ଡା ବ୍ଲକର ସ୍ବେଛାସେବୀ କୁମାରୀ ମୋନିକା ବେକ ପରିଚାଳନା କରିଥିବା ବେଳେ କୁମାରୀ ରାଜେଶ୍ୱରି କିସାନ ଧନ୍ୟବାଦ ଅର୍ପଣ କରିଥିଲେ।
