Odisha news

ଜାତୀୟ ଚାମ୍ପିଅନ୍‌ସିପ୍‌-୨୦୨୧ପାଇଁ ହକି ଇଣ୍ଡିଆର ପ୍ରସ୍ତୁତି

0

ନୂଆଦିଲ୍ଲୀ, ୫ା୫ (ଏଜେନ୍ସି) : ଦେଶବ୍ୟାପୀ ତାଲା ବନ୍ଦ ସତ୍ତେ୍ୱ ହକି ଇଣ୍ଡିଆ ୨୦୨୧ ଘରୋଇ ସିଜନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ହକି ଇଣ୍ଡିଆର ଜାତୀୟ ପରିଚାଳନା ପରିଷଦ ପକ୍ଷରୁ ବିଭିନ୍ନ ରାଜ୍ୟ ସଦସ୍ୟ ସଂଘ, ଅନୁଷ୍ଠାନ ତଥା ଏକାଡେମୀମାନଙ୍କୁ ବାର୍ଷିକ ଜାତୀୟ ଚାମ୍ପିଅନ୍‌ସିପ୍‌ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ ନିମନ୍ତେ ଏକ୍ସପ୍ରେସନ୍‌ ଅଫ୍‌ ଇଣ୍ଟରେଷ୍ଟ ଫର୍ମ ପଠାଇଛି । ଏକାଦଶ ହକି ଇଣ୍ଡିଆ ଜାତୀୟ ଚାମ୍ପିଅନ୍‌ସିପ୍‌-୨୦୨୧ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିବାର ଶେଷ ତାରିଖ ମେ’ ୧୧ ଧାର୍ଯ୍ୟ ହୋଇଛି । ସେହିଭଳି ପ୍ରଥମ ହକି ଇଣ୍ଡିଆ ଆନ୍ତଃ ବିଭାଗୀୟ ଜାତୀୟ ହକି ଚାମ୍ପିଅନ୍‌ସିପ୍‌ ଓ ଏକାଡେମୀ ଜାତୀୟ ଚାମ୍ପିଅନ୍‌ସିପ୍‌ ଆୟୋଜନ କରିବାକୁ ଆବେଦନ କରିବା ନିମନ୍ତେ ଜୁନ୍‌ ୫ ତାରିଖକୁ ଡେଡ୍‌ ଲାଇନ୍‌ ଧାର୍ଯ୍ୟ ହୋଇଛି । ସିନିୟର ପୁରୁଷ ଏବଂ ମହିଳା ବର୍ଗର ବିଭିନ୍ନ ପ୍ରତିଯୋଗିତା ୨୦୨୧ ଜାନୁଆରୀ ୧ରୁ ଏପି୍ରଲ୍‌ ୩୦ ମଧ୍ୟରେ ଆୟୋଜନ ହେବ । ସେହିଭଳି ଜୁନିୟର/ସବ୍‌ଜୁନିୟର ପୁରୁଷ-ମହିଳା ଜାତୀୟ ଚାମ୍ପିଅନ୍‌ସିପ୍‌ ୨୦୨୧ ଫେବୃଆରୀ ୧୫ରୁ ଫେବୃଆରୀ ୩୦ ତାରିଖ ମଧ୍ୟରେ ଆୟୋଜନ ହେବ । ତେବେ ଆୟୋଜକ ସଂଘ ସ୍ପଷ୍ଟ ହେବା ପରେ ହକି ଇଣ୍ଡିଆ ପକ୍ଷରୁ ସମସ୍ତ ପ୍ରତିଯୋଗିତା ଗୁଡ଼ିକର ସୂଚୀ ଘୋଷଣା କରାଯିବ । ପ୍ରତିବର୍ଷ ପରି ଆୟୋଜକ ସଦସ୍ୟ ୟୁନିଟ୍‌ ନିଶ୍ଚିତଭାବେ ହକି ଇଣ୍ଡିଆର ଗାଇଡ୍‌ ଲାଇନ୍‌ ପାଳନ କରିବେ । ଯଦ୍ୱାରା ଭିତ୍ତିଭୂମିଠାରୁ ଗୁଣାତ୍ମକ ଖାଦ୍ୟ ଏବଂ ରହିବା ଓ ଚିକିତ୍ସା ସୁବିଧା ତଥା ଅନ୍ୟାନ୍ୟ ନିର୍ଦ୍ଦେଶାବଳୀର ଅନୁପାଳନ ହେବା ସହ ପ୍ରତିଯୋଗିତା ସୁରୁଖୁରୁରେ ଆୟୋଜନ ହୋଇପାରିବ ।

Leave A Reply