ୱାଶିଂଟନ୍ : କରୋନା ପରେ ଆମେରିକାରେ ଏକ ମାରାତ୍ମକ ପୋକ ଭୟ ସଂଚାର କରିଛି। ଏହି ପୋକକୁ ମର୍ଡର୍ ହର୍ନେଟ୍ କୁହାଯାଉଛି। ତେବେ ଏହା ବିଶେଷ ଭାବେ ୱାଶିଂଟନ୍ରେ ଦେଖିବାକୁ ମିଳିଛି। ୨ ଇଞ୍ଚରୁ ଅଧିକ ଲମ୍ବା ହୋଇଥିବାରୁ ଏହା ବିଶ୍ୱର ସବୁଠୁ ବଡ଼ ହର୍ନେଟ୍ । ଏହାର ଦଂଶନରେ ମଣିଷ ମରିଯାଇପାରେ କିମ୍ବା ମଣିଷର ସ୍ନାୟୁତନ୍ତ୍ରକୁ ଅକାମି କରି ଆଲର୍ଜି ସୃଷ୍ଟି କରିପାରେ । ଜାପାନରେ ସାଧାରଣ ମର୍ଡର ହର୍ନେଟ୍ ପ୍ରତି ବର୍ଷ ୩୦ରୁ ୪୦ ଜଣଙ୍କ ଜୀବନ ନେଇଥାଏ ।