କୋଭିଡ 19 ମହାମାରୀ ପରେ ବର୍ତମାନ ଚୀନ ଆଉ ଗୋଟିଏ ନୂଆ ଭାଇରସ ହ୍ୟୁମାନ ମେଟାନ୍ୟୁମୋଭାଇରସ ରେ ପୀଡିତ ହେଉଛି, ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁଛି ଓ ଏହି କାରଣରୁ ଡାକ୍ତରଖାନା ରେ ଭିଡ଼ ଦେଖିବାକୁ ମିଳୁଛି, ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ଘୁରି ବୁଲୁଥିବା ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଡାକ୍ତରଖାନା ଗୁଡିକ ରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି, ଏହା ବ୍ୟତୀତ କିଛି ରିପୋର୍ଟ ରେ କୁହାଯାଇଛି ଯେ HMPV କାରଣରୁ ଅଚାନକ ମୃତ୍ୟୁ ଦରରେ ମଧ୍ୟ ବୃଦ୍ଧି ଦେଖିବାକୁ ମିଳୁଛି , ବିଶେଷ ଭାବରେ ୪୦ ରୁ ୮୦ ଆୟୁର ବ୍ୟକ୍ତି ମାନେ ପ୍ରଭାବିତ ହେଉଛନ୍ତି, ଏହି ଭାଇରସ ର ସଂକ୍ରମଣ ର କାରଣ ରୁ ଛୋଟପିଲା ନିମୋନିଆ ଓ ହ୍ୱାଇଟ ଲଙ୍ଗ ଭଳି ରୋଗରେ ପୀଡିତ ହେଉଛନ୍ତି l
HMPV ଭାଇରସ କଣ ?
HMPV କିମ୍ବା ହ୍ୟୁମାନ ମେଟାନ୍ୟୁମୋଭାଇରସ ଏକ ପ୍ରଶ୍ୱାସ ସମ୍ବନ୍ଧିତ ଭାଇରସ ଅଟେ, ଯାହାକି ବିଶେଷ ଭାବରେ କାଶ, ଜ୍ୱର, ନାକ ବନ୍ଦ ହେବା ଏବଂ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ l
ଏହିସବୁ ବ୍ୟକ୍ତି ଅଧିକ ପ୍ରଭାବିତ ହୋଇ ଥାଆନ୍ତି –
ଏହି ଭାଇରସ ବିଶେଷ ଭାବରେ ଛୋଟ ପିଲା, ବୟସ୍କ ଓ ଦୁର୍ବଳ ଇମ୍ୟୁନିଟି ଥିବା ବ୍ୟକ୍ତି ଙ୍କୁ ଅଧିକ ପ୍ରଭାବିତ କରିଥାଏ, ଚୀନ ର ସରକାରୀ ବ୍ରଡକଷ୍ଟ ର ରିପୋର୍ଟ ଅନୁସାରେ ଏହି ଭାଇରସ ବୃଦ୍ଧି ର କାରଣ ଡିସେମ୍ବର ୧୪ ବର୍ଷ କିମ୍ବା ତାଠାରୁ କମ ଆୟୁ ର ପିଲାଙ୍କ ନିକଟରେ ପଜିଟିଭ ଅଧିକ ଦେଖିବାକୁ ମିଳୁଛି, ଏହି ଭାଇରସ ଶ୍ୱାସନ ପ୍ରଣାଳୀ ମାଧ୍ୟମ ରେ ବ୍ୟାପିଥାଏ ଓ ହାତ ମିଳିବ ଦୂଷିତ ବସ୍ତୁ କୁ ଛୁଇଁବା ଦ୍ୱାରା ରୋଗ ବ୍ୟାପିଥାଏ l
କିପରି ବ୍ୟାପୁଛି ଭାଇରସ –
ଚୀନ ର ବିଶେଷଜ୍ଞ ଙ୍କ ଅନୁସାରେ, HMPV ଭାଇରସ ର ପ୍ରସାର ଏହି ସମୟ ରେ ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଉଛି, ବେଜିଙ୍ଗ ର ୟୁଆନ ଡାକ୍ତରଖାନା ର ଶ୍ୱାସନ ଓ ସଂକ୍ରମଣ ରୋଗ ବିଭାଗ ର ପ୍ରମୁଖ ଚିକିତ୍ସକ ଙ୍କ ମତରେ ଏହି ଭାଇରସ ଗୋଟିଏ ବ୍ୟକ୍ତି ନିକଟରୁ ଆଉ ଗୋଟିଏ ବ୍ୟକ୍ତି ଙ୍କୁ ପ୍ରଶ୍ୱାସ ପ୍ରଣାଳୀ ମାଧ୍ୟମରେ ବ୍ୟାପିଥାଏ, ଏହି ଭାଇରସ ଦ୍ୱାରା ସଂକ୍ରମିତ ବ୍ୟକ୍ତି କୌଣସି ବସ୍ତୁ କୁ ଛୁଇଁବା ମଧ୍ୟ ସଂକ୍ରମଣ ବ୍ୟାପିଥାଏ l
କିପରି ରହିବେ ସୁରକ୍ଷିତ –
ଏହି ଭାଇରସ ନିକଟରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞ ମାନଙ୍କ ମତରେ ଲୋକେ ମାସ୍କ ପିନ୍ଧିବାଜାରୁରୀ, ବାରମ୍ବାର ହାତ ଧୋଇବା ଜରୁରୀ ଓ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଜରୁରୀ l
ଆଣ୍ଟି ଭାଇରସ ଔଷଧ ଅଧିକ ବ୍ୟବହାର କରନ୍ତୁ ନାହିଁ –
ଏହି ଭାଇରସ ପାଇଁ ବିଶେଷ ଭାବରେ କୌଣସି ବିଶିଷ୍ଟ ଆଣ୍ଟି ଭାଇରଲ ଔଷଧ ଉପଲବ୍ଧ ନାହିଁ, ସାଂଘାଇ ର ଗୋଟିଏ ଡାକ୍ତରଖାନା ର ବିଶେଷଜ୍ଞ ଙ୍କ ମତରେ HMPV ରେ କୌଣସି ଔଷଧ ଖାଇବା ଉଚିତ ନୁହେଁ, ଏହାର ଲକ୍ଷଣ ସାଧାରଣ ଭାବରେ ସର୍ଦି, କାଶ, କଫ ଭଳି ରୋଗରେ ପୀଡିତ କରି ଗମ୍ଭୀର ସ୍ଥିତି କୁ ନେଇଯାଇ ଥାଏ l ଏପରିକି ଡାକ୍ତରଖାନା ରେ ଭର୍ତି ହେବାକୁ ପଡିଥାଏ l