ସାଲେପୁର,୪/୨:/ସାଲେପୁର ପଞ୍ଚାୟତ ସମିତି ସଭା ଗୃହରେ ଦଶମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ସାଲେପୁର ବିଡିଓ ଖଗେଶ୍ବର ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଅଧିବେଶନରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।ଏହି ବ୍ଲକ ଅଧୀନରେ ଥିବା ୩୫ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ମାନେ ଯୋଗ ଦେଇ ନିଜ ନିଜ ପଞ୍ଚାୟତରେ ହେଉଥିବା କାର୍ଯ୍ୟ ଏବଂ ସମସ୍ୟା ବିଷୟ ରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଉନ୍ନୟନ କାର୍ଯ୍ୟ ଓ ସମସ୍ୟାର ସମାଧାନ କରିବାକୁ ଅଧିବେଶନରେ ଉପସ୍ଥିତ ଥିବା ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ବିଧାୟକ ନିର୍ଦେଶ ଦେଇଥିଲେ।ତୁରନ୍ତ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ଏବଂ ଆଉ ଯାହା ଉନ୍ନୟନ ମୂଳକ କାର୍ଯ୍ୟ ଅଛି ସେସବୁକୁ ଠିକ ଭାବେ ଅଧିକାରୀ ମାନେ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଲୋକମାନଙ୍କର ଅସୁବିଧାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ଅଧିବେଶନରେ ସାଲେପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ରାମଚନ୍ଦ୍ର ଭୋଇ, ଉପାଧ୍ୟକ୍ଷ ପୁସ୍ପିତା ବିଶ୍ୱାଳ,ଏବିଡ଼ିଓ ସୂର୍ଯ୍ୟକାନ୍ତ ରାଉତ, ସହକାରୀ ଯନ୍ତ୍ରୀ ସୁଶାନ୍ତ ମଲ୍ଲିକ, ଗ୍ରାମ ପଞ୍ଚାୟତ ଅଧିକାରୀ ମୀନକେତନ ବାରିକ ଏବଂ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।