Odisha news

ଏଏଡ୍ସ ଦିବସ ଜନସଚେତନତା କାର୍ଜ୍ୟକ୍ରମ

0
ଫିରିଙ୍ଗିଆ ୨୫/୧୧ : ସ୍ଵାତୀ ଓ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଭୁବନେଶ୍ବର ଙ୍କ ମିଳିତ ସହଯୋଗରେ ଚାଲିଥିବା ଲକ୍ଷ୍ଯଭେଦି ପ୍ରକଳ୍ପ ମାଧ୍ୟମରେ କନ୍ଧମାଳ ଜିଲ୍ଲା ର କୋଣ ଅନୁକୋଣ ରେ ଗୋଷ୍ଠୀ ସଚେତନତା ଜାରି ରଖିଥିବା ବେଳେ ଡିସେମ୍ବର ୦୧ – ୨୦୨୩ ଏଡ୍ସ ଦିବସ ଅବସରରେ ଫିରିଙ୍ଗିଆ ବ୍ଲକ ମାସିରିପଡା ଉପାସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ସାମୁହିକ ସଚେତନତା କାର୍ଜ୍ୟକ୍ରମ ଆୟୋଜିତ ହୋଇଯାଇଥିଲା। ପ୍ରକଳ୍ପ ର କାଉନସିଲର ସ୍ନେହଲତା ନାୟକ ଏହି ଆଲୋଚନା ରେ ଉପସ୍ଥିତ ରହି ଏଡ୍ସ ଦିବସ ପାଳନ ର ମହତ୍ବ କୁ ଉପସ୍ଥାପନା କରିବା ସହ ଭୂତାଣୁ ବ୍ୟାପିବାର ମାଧ୍ୟମ କୁ ଜନସାଧାରଣ ଙ୍କୁ ଅବଗତ କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଇଂ . ହରି ଶଙ୍କର ରାଉତ ଙ୍କ ତତ୍ୱାବଧାନରେ ପରିଚାଳିତ ହେଉଥିବା ପ୍ରକଳ୍ପ ର ମୁଖ୍ୟ ଲକ୍ଷ୍ୟ ହେଉଛି ଜିଲ୍ଲା ରେ ଏଚ. ଆଇ. ଭି . ସଂକ୍ରମଣ କୁ ଆଗକୁ ନ ବଢାଇ ନିୟନ୍ତ୍ରଣ କରିବା । ମାସିରିପଡା ଏ. ଏନ. ଏମ. ଝିଲି ନାୟକ ଭୂତାଣୁ କିପରି ଜଣେ ସୁସ୍ଥ ଥିବା ଲୋକ କୁ ମୃତ୍ୟୁ ମୁଖରେ ପକାଇଥାଏ ତାହା ବୁଝାଇଥିଲେ । ସ୍ଥାନୀୟ ଲୋକପ୍ରତିନିଧି ମାନେ ଯୋଗ ଦେଇ ସାଧାରଣ ଜନତା କିପରି ସତର୍କ ରହି ନିଜକୁ ଏହି ଭୂତାଣୁ କବଳରୁ ବଞ୍ଚିବେ ତାହା ଗୁରୁତ୍ବପୁର୍ଣ ବୋଲି କହିଥିଲେ। ଏଡ୍ସ ଦିବସ ର ଏ ବର୍ଷର ବିଷୟ ବସ୍ତୁ କୁ ତର୍ଜମା କଲେ ଜନସାଧାରଣ ଯଦି ଆଗକୁ ନ ଆସିବେ ତେବେ ଏହି ଭୟାନକ ରୋଗର ନିରାକରଣ ସମ୍ଭବ ହୋଇପାରିବାଣୀ ବୋଲି ଉପସ୍ଥିତ ଅଂଶଗ୍ରହଣକାରି ମାନେ ମତ ରଖିଥିଲେ । ସି. ଏଚ. ଓ. ବିଶ୍ବଜିତ ପାଢି ତାଙ୍କ ବକ୍ତବ୍ୟ ରେ କନ୍ଧମାଳ ଜିଲ୍ଲା ରେ ଯୌନ ସ୍ଵା ସ୍ବାସ୍ଥ୍ୟ କିପରି ସୂଚାରୁ ରୂପେ ପରିଚାଳନା କରାଯାଇ ଏଡ୍ସ ଭଳି ଦୂଶାଧ୍ୟ ରୋଗ ର ନିରାକରଣ ସବୁ ସ୍ତରରେ କରିପାରିବା ସହିତ ଯୁବ ଗୋଷ୍ଠୀ ମାନଙ୍କ ଭିତରେ ଜନସଚେତନତା ଜାରି ରଖିବା ସେ ବିଷୟରେ କହିଥିଲେ । ତତସହିତ ତୃଣମୂଳ ସ୍ତର ର କର୍ମୀ ଙ୍କ ଦକ୍ଷତା ବୃଦ୍ଧି ପ୍ରତି ପ୍ରାଧାନ୍ୟ ଦେଲେ କାର୍ଜ୍ୟକ୍ରମର ସୁଫଳ ହୋଇପାରିବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିଲେ। ବିପଦ ସଙ୍କୁଳ ବ୍ୟକ୍ତି ବିଶେଷଙ୍କ ର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସହିତ ବ୍ୟବହାରିକ ପରିବର୍ତନ ପ୍ରତି ଅଧିକ ଧ୍ୟାନ ଦେବା ସହିତ ପ୍ରକଳ୍ପ ର ହଟସ୍ପଟ୍ ବୈଠକ ମାଧ୍ୟମ ରେ ସମସ୍ୟା ଶୁନିବା ଓ ତାହାର ସମାଧାନ ର ରାସ୍ତା ବାହାର କରିବା ପାଇଁ ଶୀତା ରଣ କହିଥିଲେ । ଫିରିଙ୍ଗିଆ ଡେଲିଭରୀ ଭ୍ୟାନ ତରଫରୁ ସସ୍ମିତା ନାୟକ ଓ ନିବେଦିତ ବେହେରା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ।
Leave A Reply