ଅନେକ ୟୁଜର୍ଙ୍କ ଅଶ୍ଳୀଳ ଭାଷା ଓ ହିଂସାକୁ ପ୍ରୋତ୍ସାହିତ କରିବା ନେଇ ରିପୋର୍ଟ ହେବା ପରେ ବିବାଦୀୟ ୟୁଟୁବର୍ ହିନ୍ଦୁସ୍ତାନୀ ଭାଉଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ସସପେଣ୍ଡ୍ କରିଦିଆଯାଇଛି । କିଛିଦିନ ତଳେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଭାଉ ସେହିମାନଙ୍କ ବିଷୟରେ ଆଲୋଚନା କରୁଛନ୍ତି ଯେଉଁମାନେ ହିନ୍ଦୁ ଦେବତାଙ୍କ ଅପମାନ କରୁଛନ୍ତି । କମେଡିଆନ୍ କୁଣାଲ କାମରା ଟ୍ୱିଟର୍ରେ ଭାଉଙ୍କ ଏକ ଭିଡିଓ ସେୟାର କରି ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଟ୍ୟାଗ୍ କରି ଲେଖିଥିଲେ ଜନତାଙ୍କ ମଧ୍ୟରେ ଘୃଣାଭାବ ବିସ୍ତାର କରୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଖୋଲାଖୋଲି ହିଂସାକୁ ଆହ୍ୱାନ ଦେବା ଅପରାଧ ।