Odisha news

ସ୍ୱାବ୍‌ ପରିବର୍ତ୍ତେ କୁଳୁକୁଚା ପାଣିରେ କରୋନା ଟେଷ୍ଟ

0

କୁଳୁକୁଚା ପାଣିରେ କୋଭିଡ୍‌ ଟେଷ୍ଟ୍‌ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପକ୍ଷରୁ କରୋନା ଟେଷ୍ଟ୍‌କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏବେ ସ୍ୱାବ୍‌ ପରିବର୍ତ୍ତେ କୁଳୁକୁଚା ପାଣିରେ କରୋନା ଟେଷ୍ଟ କରାଯାଇ ପାରିବ । ଏହାର ଲକ୍ଷ୍ୟ ଟେଷ୍ଟ ପାଇଁ ରୋଗୀକୁ ସ୍ୱାବ୍‌ ବଦଳରେ ଅନ୍ୟ ଏକ ବିକଳ୍ପ ଦେବା । ଆଇସିଏମ୍‌ଆର୍‌ ମୁଖ୍ୟ ବିଶେଷଜ୍ଞମାନେ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ମେ-ଜୁନ୍‌ରେ ୫୦ କରୋନା ରୋଗୀ କୁଳି କରିଥିବା ପାଣି ନେଇ ଟେଷ୍ଟ୍‌ କରିଥିଲେ । ସାମ୍ପଲ୍‌ ସଂଗ୍ରହ ସମୟରେ ସଂକ୍ରମଣ ହେବାର ଆଶଙ୍କା ବହୁତ ଅଧିକ । ତେଣୁ ଗମ୍ଭୀର ସମସ୍ୟା ଥିବା ରୋଗୀ ଓ ପିଲାଙ୍କ କ୍ଷେତ୍ରରେ ଏହି ବିକଳ୍ପ ଉପଯୋଗ ହୋଇ ନ ପାରେ ।

Leave A Reply