Odisha news

ଆଜି ପୁଣି ରାୟଗଡ଼ାରେ ୧୫୪ କରୋନା ଆକ୍ରାନ୍ତ ଚିହ୍ନଟ : ସପ୍ତାହରେ ୧୦୧୨ କରୋନା ପଜିଟିଭ୍ ଚିହ୍ନଟ, ରାୟଗଡ଼ାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୧୬କୁ ଛୁଇଁଲା

0

ରାୟଗଡା,୨୧ ।୮(Rabindra Patkhandal) :  ଏହି ସପ୍ତାହରେ ୧୦୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୨୮୧୬କୁ ଛୁଇଁଲା ରାୟଗଡ଼ା ଜିଲ୍ଲା । ଏହା ଦିନକୁ ଦିନ ସଙ୍ଗିନ ରୁପ ନେବାକୁ ଯାଉଥିବା ସହ ଅଗଷ୍ଟ ୧୫ ତାରିଖରୁ ପ୍ରତିଦିନ ଶହ ଶହ ସଂଖ୍ୟାରେ ଚିହ୍ନଟ ହେଉଥିବା ଦେଖିଲେ ଜିଲ୍ଲାରେ କରୋନା ମହାମାରୀ ଅଣାୟତ ହେବାକୁ ଲାଗିଲା ସକାଳୁ ଖବର ଦେଖିବା ମାତ୍ରେ ଲୋକଙ୍କ ମନରେ ଛନକା ପସୁଛି ।

ଗତ ଜୁଲାଇ ୨୬ ପୂର୍ବରୁ ଜିଲ୍ଲାରେ ଟେଷ୍ଟିଂର ୨୫ ପ୍ରତିଶତ ପିଜିଟିଭ୍ ଚିହ୍ନଟ ହେଉଥିବା ବେଳେ ବର୍ତ୍ତମାନ ତାହା ୧୨ ରୁ ୧୪ ପ୍ରତିଶତ ରହୁଥିବା ନେଇ କୋଭିଡ ନୋଡାଲ ଅଧିକାରୀ ଅମ୍ରୃତ ଋତୁରାଜ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତିଙ୍କ ଶରୀରରେ କୋଭିଡ ୧୯ର ସାମାନ୍ୟ ଲକ୍ଷଣ ରହୁଛି । ଏଥି ସହ ପ୍ରଶାସନ ତରଫରୁ ଖୁବ୍ ଶୀଘ୍ର ପରିବା ଦୋକାନୀ, ରାସନ ଦୋକାନୀ, ଆମିଷ ଦୋକାନୀ,ସେଲୁନ, ଅଟୋ ବାଲ, କ୍ଷୀର ବାଲଙ୍କୁ ଚିହ୍ନଟ କରି କୋଭିଡ ପରୀକ୍ଷଣ କରାଯିବ । ଯଦି ଏମାନଙ୍କ ଭିତରୁ କେହି ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତେବେ ତାଙ୍କୁ ସଙ୍ଗରୋଧରେ ରଖାଯିବ ଏବଂ କରୋନା ସଂକ୍ରମଣକୁ ରୋକାଯାଇପାରିବ ବୋଲି ନୋଡାଲ ଅଧିକାରୀ ଋତୁରାଜ ପ୍ରକାଶ କରିଛନ୍ତି । ଏଥି ସହ ଲକ୍ଷଣ ଥିବା ବ୍ୟକ୍ତି ସ୍ୱତପ୍ରବୃତ ଭାବେ ଆଗେଇ ଆସି କୋଭିଡ ପରୀକ୍ଷା କିରବା ପାଇଁ ମଧ୍ୟ ପ୍ରଶାସନ ତରଫରୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛିି ।

ଆଜି ଚିହ୍ନଟ ହୋଇଥିବା ୧୫୪ ଆକ୍ରାନ୍ତଙ୍କ ମଧ୍ୟରୁ ୯୮ ଜଣ ପୁରୁଷ ଥିବା ବେଳେ ୫୬ ଜଣ ମହିଳା ଅଛନ୍ତି । ସମସ୍ତ ଆକ୍ରାନ୍ତ ଘରୋଇ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ୧୨୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଏଥି ସହ ୫ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରୁ ୩୮୪ ଜଣ କୋଭିଡ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୨୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୫୯ ଜଣ ଚିକିତ୍ସିତ ଅଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୫୪ ଜଣଙ୍କ ମଧ୍ୟରୁ ରାୟଗଡା ପୌରାଚଂଳରୁ ୨୨, ରାୟଗଡ଼ା ଗ୍ରାମାଚଂଳରୁ ୧୫, ଗୁଣପୁର ପୌରାଚଂଳରୁ ୫, ଗୁଣପୁର ଗ୍ରାମାଚଂଳରୁ ୧୦, ଚନ୍ଦ୍ରପୁରରୁ ୩୪, ଗୁଡାରୀରୁ ୨୩, କାଶିପୁରରୁ ୨୧, ପଦ୍ମପୁରରୁ ୧୪, ରାମନାଗୁଡାରୁ ୯ ଏବଂ କଲ୍ୟାଣସିଂହପୁରରୁ ଜଣେ ଚିହ୍ନଟ ହୋଇଛନ୍ତି ।

ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୧୬ ରେ ପହଂଚିଥିବା ବେଳେ ସୁସ୍ଥ ହୋଇ ୧୪୮୯ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭ ରେ ପହଂଚିଛି । ୧୩୧୦ ଜଣ ଜିଲ୍ଲାରେ ଥିବା ବିଭିନ୍ନ କୋଭିଡ କେୟାର ସେଂଟରରେ ଚିକିତ୍ସିତ ହେଉଥିବା ସହ ଘରୋଇ ସଙ୍ଗରୋଧ ରହି ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଜିଲ୍ଲାରେ ଟେଷ୍ଟିଂର ପରିମାଣ ବଢା ଯାଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଚିହ୍ନଟ ହେଉଛନ୍ତି ତେଣୁ ଏଥିର କୌଣସି ପ୍ରକାର ଭୟଭୀୟ ନ ହେବାରୁ ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି ।

Nalco
Leave A Reply