Odisha news

ହାଇ ୟୁରିକ ଏସିଡ ପାଇଁ ରାମବାଣ ପାନ ପତ୍ର ରସ

0

ଆଜିକାଲି ଲୋକମାନେ ବିଭିନ୍ନ ପ୍ରକାର ରୋଗଦ୍ୱାରା ଗ୍ରାସିତ ହେଉଛନ୍ତି , ଯେଉଁ କାରଣରୁ ବିଭିନ୍ନ ପ୍ରକାର ରୋଗ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି l ଯେଉଁ କାରଣରୁ ଲିଭର ଓ ହାଡ଼ ଉପରେ ଏହାର ପ୍ରଭାବ ପଡିଥାଏ l ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ ୟୁରିକ ଏସିଡପାଇଁ ପାନ ପତ୍ର ରସ ଖୁବ ଉପକାରୀ l

ୟୁରିକ ଏସିଡ କଣ ? –

ୟୁରିକ ଏସିଡ ଗୋଟିଏ ପ୍ରକାର ରାସାୟନ ଅଟେ ଯାହା ସେତେବେଳେ ଶରୀରରେ ପ୍ରସ୍ତୁତ ହୋଇଥାଏ ଯେତେବେଳେ ଶରୀରରେ ପ୍ୟୁରିନ ଯୁକ୍ତ ଖାଦ୍ୟର ପ୍ରଭାବ ଦେଖା ଯାଇଥାଏ l ପ୍ୟୁରିନ ସାଧାରଣତଃ ଶରୀରରେ ନିର୍ମିତ ହୋଇଥାଏ ଓ ଖାଇବା ଜିନିଷରେ ମଧ୍ୟ ମିଳିଥାଏ l ଏପରି ଭାବରେ ଦେଖିବାକୁ ଗଲେ ଶରୀରରେ ଆପଣଙ୍କ ଲିଭର ଓ ପରିସ୍ରା ମାଧ୍ୟମରେ ୟୁରିକ ଏସିଡ କୁ ଫିଲ୍ଟର କରିଥାଏ l ଯଦି ଆପଣ ଧିକ ପ୍ୟୁରିନ ଯୁକ୍ତ ଖାଦ୍ୟ ଖାଉଛନ୍ତି ଓ ଆପଣଙ୍କ ଶରୀର ଏହାକୁ ମ୍ୟାନେଜ କରିପାରୁ ନାହିଁ ତେବେ ୟୁରିକ ଏସିଡ ଶରୀରରେ ପ୍ରସ୍ତୁତ ହୋଇଥାଏ l

ୟୁରିକ ଏସିଡ ପାଇଁ ପାନ ପତ୍ର ରସ –

ଗୋଟିଏ ଗବେଷଣାରୁ ଜଣା ପଡିଛି ଯେ ପାନ ପତ୍ର ରସ ୟୁରିକ ଏସିଡ କୁ କମ କରିଥାଏ l ଏହି ଗବେଷଣାରେ କିଛି ମୁଷାଙ୍କ ଉପରେ କରାଯାଇ ଥିଲା l ଯେଉଁଥିରେ ସେମାନଙ୍କୁ ପାନପାତ୍ର ରସ ଦିଆଯାଇ ଥିଲା l ସେମାନଙ୍କ ୟୁରିକ ଏସିଡ ସ୍ତର ୮.୦୯mg/ dl ରୁ କମି ୨.୦୨mg/dl ହୋଇ ଯାଇଥିଲା l କେବଳ ଏତିକି ନୁହେଁ ଯଦି ମଣିଷ ମାନେ ମଧ୍ୟ ପ୍ରତିଦିନ ସକାଳୁ ପାନପତ୍ର ଚୋବାଇ ଖାଇବା ତେବେ ୟୁରିକ ଏସିଡ ନିୟନ୍ତ୍ରିତ ହୋଇଥାଏ l କେବଳ ଆପଣ ପାନପାତ୍ର ଚୋବାଇ ଖାଇବା ଉଚିତ l

ୟୁରିକ ଏସିଡ ଦ୍ୱାରା ହେଉଥିବା ଗମ୍ଭୀର ସମସ୍ୟା –
ଶରୀରରେ ୟୁରିକ ଏସିଡ ବଢିବା ଦ୍ୱାରା ବିଭିନ୍ନ ସମସ୍ୟାର ସମୁଖୀନ ହୋଇଥାଉ l ଯେପରିକି ଓଜନ ବୃଦ୍ଧି, ହାଡ଼ ଦୁର୍ବଳ ହେବା, କିଡ୍ନୀ ଷ୍ଟୋନ, ବାରମ୍ବାର ପରିଶ୍ରା ଲାଗିବା, ପରିଶ୍ରା ଦୁର୍ଗନ୍ଧ ହେବା ଇତ୍ୟାଦି ସମସ୍ୟା ଦେଖାଯାଇ ଥାଏ l

Nalco
Leave A Reply