Odisha news

ଭାରତ ପାକିସ୍ତାନ ବିଭାଜନ ରେ ଅଲଗା ହୋଇଥିଲେ ଭାଇ-ଭଉଣୀ ୭୬ ବର୍ଷ ପରେ ୟୁଟ୍ୟୁବର ଙ୍କ ସହଯୋଗ ରେ ହେଲେ ଏକାଠି

0
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ର ବିଭାଜନ ସମୟର ଦୁଃଖ ଆଜି ମଧ୍ୟ ଅନେକ ବୃଦ୍ଧ ବୟସ୍କ ଙ୍କ ମନରୁ ଲିଭିନାହିଁ l ବର୍ତମାନ ମଧ୍ୟ ତାହା ସେମାନଙ୍କ ମନର କୌଣସି କୋଣରେ ରହି ଉଙ୍କି ମାରୁଛି l ଏହି ବିଭାଜନ ସମୟରେ ଅନେକ ପରିବାର ବିଛିନ୍ନ ହୋଇ ଯାଇଥିଲେ l ଯାହାର ଯନ୍ତ୍ରଣା ଭୁଲିବା କଷ୍ଟକର ଅଟେ l ସେହିଭଳି ଅନେକ ଲୋକେ ସେହି ଦେଶ ବିଭାଜନ ସମୟରେ ଅଲଗା ହୋଇ ଯାଇଛନ୍ତି , ସେଥି ମଧ୍ୟରୁ ଜଣେ ହେଲେ ସକିନା ବିବି, ଯିଏ କି ପାକିସ୍ତାନ ରେ ରୁହନ୍ତି l ଦୀର୍ଘ ୭୬ ବର୍ଷ ପରେ ତାଙ୍କର ସାକ୍ଷାତ ତାଙ୍କ ଭାଇ ଙ୍କ ସହିତ କର୍ତ୍ତାର ପୁର କରିଡର ରେ ହେଲା l
ସକିନା ବିବି ଙ୍କ ପରିବାର ପୂର୍ବରୁ ଭାରତର ପଞ୍ଜାବ ସ୍ଥିତ ନୁର ପୁର ରେ ରହୁଥିଲା, କିନ୍ତୁ ଦେଶ ବିଭାଜନ ସମୟରେ ପିତା ଓ ପରିବାର ର ବାକି ସଦସ୍ୟ ପାକିସ୍ତାନ ପଳାଇ ଯାଇଥିଲେ l ସକିନା ମଧ୍ୟ ପାକିସ୍ତାନ ରେ ଜନ୍ମ ହୋଇଥିଲେ l ସକିନା ଯେଉଁ ସମୟରେ ପାକିସ୍ତାନ ଯାଇଥିଲେ ସେତେବେଳେ ତାଙ୍କ ଭାଇ ଓ ମା ଭାରତରେ ରହିଗଲେ l ଗୋଟିଏ ରାଜିନାମା ଅନୁସାରେ ବିଛେଦ ହୋଇଥିବା ଲୋକଙ୍କୁ ମିଳନ କରିବାର କାର୍ଯ୍ୟକ୍ରମ ଚାଲିଲା l
ଏହି ସମୟରେ ସକିନାଙ୍କ ମା ପାକିସ୍ତାନ ଯାଇଥିଲେ , କିନ୍ତୁ ପୋଲିସ ପ୍ରଶାସନ ର ଅବହେଳା କାରଣରୁ ତାଙ୍କ ଭାଇ ଭାରତରେ ରହି ଯାଇଥିଲେ l ସକିନା ଙ୍କ ନିକଟରେ ନିଜ ଭାଇ ଙ୍କର ଗୋଟିଏ ପିଲାଦିନ ର ଫଟୋ ଥିଲା, ଯାହାକୁ ସେ ଅଧିକାଂଶ ସମୟରେ ଦେଖୁଥିଲେ l ଜଣେ ୟୁଟ୍ୟୁବର ସକିନାଙ୍କ ର ଗୋଟିଏ ଭିଡିଓ ରେକର୍ଡିଙ୍ଗ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ l ସକିନା ବିବି ଙ୍କୁ ନିଜର ଭାଇ ଗୁରମିଲ ଭାରତରେ ଥିବାର ଖବର ମିଳିଥିଲା l ୟୁଟ୍ୟୁବର ଓ ଭାରତର ଲୋକଙ୍କ ସହଯୋଗ କ୍ରମେ ସକିନା ଓ ଗୁରମିଲ ଙ୍କ ସାକ୍ଷାତକାର କର୍ତ୍ତାର ପୁର କରିଡର ରେ ହୋଇ ପାରିଲା l
Leave A Reply