Odisha news

ଅସହାୟ ମଲ୍ଲିଙ୍କ ପାଇଁ ସରକାରି ଯୋଜନା ସାତ ସପନ,ପ୍ରତିଶ୍ରୁତି ଦେଇ ଠକି ଚାଲିଛି ପ୍ରଶାସନ।

0
କୋଣାର୍କ :  ପୁରୀ ଜିଲ୍ଲା ର ଚନ୍ଦ୍ରଭାଗା ମେରାଇନି ଥାନାଅନ୍ତର୍ଗତ ସୁତନ ପଞ୍ଚାୟତ ୨ନମ୍ବର ୱାର୍ଡ଼ ର ବାସିନ୍ଦା ହେଉଛନ୍ତି ମଲ୍ଲି ସ୍ବାଇଁ ବୟସ 85 ଦୀର୍ଘ ୯ ବର୍ଷ ହେବ ସ୍ୱାମୀ ଜଟାଧାରୀ ସ୍ବାଇଁ ଆରପାରିକୁ ଚାଲିଗଲେଣି। ଏକ ମାତ୍ର କନ୍ୟା କୁ ମଲ୍ଲି ମାଉସୀ ନିଜପାଖରେ ଯାହା ଅର୍ଥ ଥିଲା ସେଥିରେ ବହୁ କଷ୍ଟ ରେ ବାହା ଦେଇ ପରଘର କୁ ପଠାଇ ଅତି ଦୁର୍ଦ୍ଦିନ ଅବସ୍ଥାରେ ନିଜର ଭାଗ୍ୟ କୁ ଆଦରି ଭଙ୍ଗା କୁଡ଼ିଆ ରେ ପଡି ରହିଛନ୍ତି।
ଗତବର୍ଷ ଫନି ଓ ମହାବତ୍ୟା ଅମ୍ଫାନି ରେ ଘରନଷ୍ଟ  ହୋଇଥିଲେବି ସେଇଘରେ  ଦରି ପାଲ ଚାଳରେ ପକାଇ ସେ ଦୁଇବେଳା  ପାଇଁ ଦୁଇମୁଠା ଖାଦ୍ୟ ଯୋଗାଡ଼ କରିବାକୁ ବହୁ କଷ୍ଟ ଅନୁଭବ କରୁଛନ୍ତି।ନା ଅଛି  ପାଖରେ   ଅନ୍ତ୍ୟଦ୍ୱୟ ଯୋଜନାର କାର୍ଡ ନା ଦିଆଯାଇଛି ପ୍ରଧାନମନ୍ତ୍ରୀ କି ବିଜୁ ଆବାସ ଗୃହ ।ଘର ଖଣ୍ଡିଏ ପାଇଁ  ମଲ୍ଲି ସ୍ବାଇଁ  ବାରମ୍ବାର ପଞ୍ଚାୟତ ଅଫିସ ଠାରୁ ବ୍ଲକ ପଯ୍ୟନ୍ତ ଦଉଡି ନୟାନ୍ତ ହେଲେବି ତାଙ୍କୁ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଥିବା ବୃଦ୍ଧା ମଲ୍ଲି ସ୍ବାଇଁ ଅତି ଦୁଃଖର ସହିତ ପ୍ରକାଶ କରିଛନ୍ତି।
ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ହେଉ କି କେନ୍ଦ୍ର ସରକାର ଅସହାୟ ଓ ନିରାଶ୍ରୟ ମାନଙ୍କ ପାଇଁ ଯୋଜନା ପ୍ରସ୍ତୁତି କରି ଅର୍ଥ ଯୋଗାଇବା ସହ ଆବାସ ଗୃହ ଦେଉଥିବାବେଳେ ମଲ୍ଲି ସ୍ବାଇଁ ଙ୍କ ପ୍ରତି ଅବହେଳା ଆବାସ ଯୋଜନାରେ ଗୃହ ନମିଳିବା ଏବଂ ଅନ୍ତ୍ୟଦ୍ୱୟ କାର୍ଡ ନହେବା ବଡ଼ ଦୁଃଖ ଓ ପରିତାପର ବିଷୟ  ।ଏକ ମାତ୍ର ଝିଅକୁ ଛାଡିଦଲେ  ଏହି ପରିଣତ ବୟସରେ ମଲ୍ଲିକୁ ଆହା ପଦେ କହିବାକୁ କେହିନାହିଁ ।ତେଣୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲାପାଳ  ଏହି ଅସହାୟ ବୃଦ୍ଧା ଙ୍କ ପ୍ରତି ଉଦାର ପରସ ହୋଇ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ଯୋଜନା ଓ ଆବାସ ଗୃହ ଯୋଗାଇ ବା ପାଇଁ ସ୍ଥାନୀୟ ପ୍ରଶାସନ କୁ ନିର୍ଦ୍ଧେଶ ଦେବାକୁ ସୁତନ ପଂଚାୟତର ୨ ନମ୍ବର  ୱାର୍ଡ ଅଧିବାସୀମାନେ ନିବେଦନ କରିଛନ୍ତି।
Nalco

Leave A Reply