Odisha news

ଲକ ଡାଉନ ସମୟରେ ଚିତ୍ରଶିଳ୍ପୀଙ୍କୁ କାମ ଯୋଗାଇ ଦେଲେ ଏନଏସି ଅଧ୍ୟକ୍ଷ

0

.ବାଲିଗୁଡା, 28/5 :  ସମଗ୍ର ବିଶ୍ୱରେ ମହାମାରୀ  କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ପରିସ୍ଥିତି ଉପୁଜିଛି l ଯାହା ଫଳରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ରେ ହାତ ବାନ୍ଧି ବସିଥିବା 40ରୁ ଉର୍ଦ୍ଧ ଚିତ୍ରଶିଳ୍ପୀ କଳାକାର ଙ୍କୁ ସହାୟତା ର ହାତ ବଢ଼ାଇଛି ବିଜ୍ଞାପିତ ଅଞ୍ଚଳ ପରିଷଦ l ଏନଏସିର ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ  ଆପ୍ରାଣ ଚେଷ୍ଟା ଫଳରେ ଅଞ୍ଚଳର ସମସ୍ତ ଚିତ୍ରଶିଳ୍ପୀ କଳାକାର ଙ୍କୁ ଏକାଠି କରି ସହର କୁ ସରସ ସୁନ୍ଦର କରିବା ସହ କରୋନା ସଚେତନତା ପାଇଁ ଟେରାକୋଟା ଓ ବିଭିନ୍ନ ସଚେତନତା ବାର୍ତ୍ତା ପାଇଁ ବିଭିନ୍ନ କାନ୍ଥରେ ବିଭିନ୍ନ ଚିତ୍ର ବର୍ତ୍ତମାନ ମେଡିକାଲ ଛକ ରେ ଆରମ୍ଭ କରାଯାଇଛି l

ଏଠାରେ  କଳାକାର ତାର କଳାକୁ ବିଭିନ୍ନ ରଙ୍ଗ ଢଙ୍ଗରେ ଦେଖାଇବା ସହ ବେଶ ଦୁଇ ପଇସା ପାଇ ନିଜ ପରିବାର ପାଇଁ ଖୁସି ଆଣିଥିବା ବେଳେ ସହର ବାସୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି l ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଏନଏସି ତରଫରୁ ଆଗାମୀ ଦିନରେ କଳାକାର ଙ୍କ ପାଇଁ ବହୁତ କାମ ଯୋଗାଇ ଦିଆଯିବ,ଫଳରେ  ସେମାନେ ଆଉ ଦୁଃଖକଷ୍ଟ ରେ ରହିବେ ନାହିଁ l ବର୍ତ୍ତମାନ ମେଡିକାଲ ଛକ ରୁ ଆରମ୍ଭ ହୋଇଛି l  ଆଗାମୀ ଦିନରେ ଟାଉନର  59ନଂ. ଜାତୀୟ ରାଜପଥର ଉଭୟ ପାର୍ଶ୍ୱ ରେ ମଧ୍ୟ ଏଭଳି ସହର କୁ ସରସ ସୁନ୍ଦର ପାଇଁ ପ୍ରୟାସ ଜାରୀ ରହିବ ବୋଲି  ଏନଏସି ଅଧ୍ୟକ୍ଷ ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି l

Nalco

Leave A Reply