Odisha news

ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳିତ

0
ଖଲ୍ଲିକୋଟ–୨୮/୦୫–ଖଲ୍ଲିକୋଟ ରେ କାର୍ଯ୍ୟରତ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଭାଇ–ଅପରାଜିତା ତରଫରୁ ଖଲ୍ଲିକୋଟ ବ୍ଲକ କଞ୍ଚନା ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ଋତୁସ୍ରାବ ପରିଚ୍ଛନ୍ନତା ଦିବସ ପାଳିତ ହୋଇଯାଇଛି ।କିଶୋରୀ ବାଳିକାଙ୍କ ଗହଣ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଏ ଏନ ଏମ୍ କୌଶଲ୍ୟା ଦିଦି ଯୋଗଦେଇ ସେମାନଙ୍କୁ ଋତୁସ୍ରାବ ଓ ପରିସ୍କାର ପରିଚ୍ଛନ୍ନତା ବିଷୟରେ ବୁଝାଇଥିଲେ ।
ଅଙ୍ଗନବାଡି କର୍ମୀ ଗୀତା ଦିଦି କିଶୋରୀ ମାନଙ୍କୁ କିପରି ୠତୁଚକ୍ର ଠିକ ଭାବେ ପରିଚାଳିତ ହେବା ସହିତ ଯନ୍ତ୍ରଣା ରୁ ମୁକ୍ତି ପାଇ ପାରିବେ ତାହା ଯୋଗ ଶିକ୍ଷା ମାଧ୍ୟମରେ ବୁଝାଇଥିଲେ ।ସାମାଜିକ ଦୂରତା ରକ୍ଷା କରି କିଶୋରୀ ବାଳିକା ମାନେ ବିଭିନ୍ନ ବ୍ୟକ୍ତିଗତ କ୍ରୀଡ଼ା ନୈପୁଣ୍ୟ ପରିବେଷଣ କରିଥିଲେ ।ଭାଇ–ଅପରାଜିତା ଅନୁଷ୍ଠାନ ପକ୍ଷରୁ ସୁଦର୍ଶନ ବେହେରା ଓ ସୁବ୍ରତ ବିଶୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।କିଶୋରୀ ବାଳିକା ମାନଙ୍କୁ ଏମ୍ ଏନ ସି ପି ପ୍ରୋଜେକ୍ଟ ତରଫରୁ ସାନିଟାରୀ ନାପକୀନ ବଣ୍ଟନ କରାଯାଇଥିଲା ।
Leave A Reply