Odisha news

ସକାଳୁ ଯଦି ମିଳୁଛି ଏହି ସଂକେତ କରନ୍ତୁ ନାହିଁ ଅଣଦେଖା, ଏହା ହୋଇପାରେ ପୁରୁଷ ମାନଙ୍କର ହାର୍ଟ ବ୍ଳକେଜର ସଂକେତ

0

ଆମ ଶରୀର କୌଣସି ରୋଗରେ ଗ୍ରାସିତ ହେବା ପୂର୍ବରୁ ଛୋଟ ଛୋଟ ସଂକେତ ଦେଇଥାଏ, ଏହିଭଳି ଗୋଟିଏ ସଂକେତ ଯାହା ପୁରୁଷ ମାନଙ୍କୁ ସକାଳୁ ମିଳିଥାଏ ତାହା ମର୍ନିଙ୍ଗ ଇରେକସନ କୁହାଯାଇଥାଏ l ଏହି ସଂକେତ କେବଳ ନା କେବଳ ସେକସୁଆଲ ହେଲ୍ଥ ର ପ୍ରତୀକ ଅଟେ, ବରଂ ହାର୍ଟ ର ସ୍ୱାସ୍ଥ୍ୟକୁ ନେଇ ଗମ୍ଭୀର ସଂକେତ ଦେଇଥାଏ l ଏହା ବିଶେଷ ଭାବରେ ହାର୍ଟ ବ୍ଳକେଜ ର ସଂକେତ ହୋଇଥାଏ l

ମର୍ନିଙ୍ଗ ଇରେକସନ ପୁରୁଷ ମାନଙ୍କର ନିଦ୍ରା ସମୟ ରେ ଦେଖା ଯାଇଥାଏ, ଏହା ଶରୀରରେ ଟେସ୍ଟୋ ସ୍ଟେରନ ରେ ସ୍ରାବ ଓ ପେନାଇଲ ଟିସୁଯ ରେ ବ୍ଲଡ଼ ଫ୍ଲୋ କୁ ବଢାଇବାର କାରଣ ହୋଇଥାଏ l ଯଦି ମର୍ନିଙ୍ଗ ଇରେକସନ ଅଚାନକ ଭାବରେ ଗାୟବ ହୋଇଯାଏ  ତେବେ ଏହା ବ୍ଲଡ଼ ଫ୍ଲୋ , ହର୍ମୋନ ଲେବୁଲ କିମ୍ବା ନର୍ଭ ଫଙ୍କସନ ରେ ସମସ୍ୟାର ସଂକେତ ହୋଇଥାଏ l

ହାର୍ଟ ବ୍ଳକେଜ ର ସଂକେତ କିଭଳି ଦେଇଥାଏ ମର୍ନିଙ୍ଗ ଇରେକସନ ?
ମର୍ନିଙ୍ଗ ଇରକସନ ପାଇଁ ହେଲଦି ବ୍ଲଡ଼ ଫ୍ଲୋ ଓ ଟିସୁଯ ଗୁଡିକ ଚିକଣ ହେବା ଜରୁରୀ ଅଟେ l ଯଦି ଲଗାତାର ମର୍ନିଙ୍ଗ ଇରେକସନ ହେଉନାହିଁ ତେବେ ଏହା ସଂକେତ ହୋଇପାରେ କି ଆପଣଙ୍କ ଧମନୀ ରେ ବ୍ଳକେଜ କିମ୍ବା ରକ୍ତ ସଂଚାଳନ ରେ ସମସ୍ୟା ହେଉଛି l

ଟେସ୍ଟୋସ୍ଟେରନ ଏବଂ ହାର୍ଟ ଡିଜିଜ –
କମ ଟେସ୍ଟୋସ୍ଟେରନ ମଧ୍ୟ ମଧ୍ୟ ମର୍ନିଙ୍ଗ ଇରଏକ୍ସନ ରେ କମି କାରଣରୁ ହୋଇପାରେ, ବୟସ ବଢିବା ସହିତ ଟେସ୍ଟୋସ୍ଟେରନ ସ୍ତର କମିବାରେ ଲାଗିଥାଏ, କିନ୍ତୁ ମଧୁମେହ କିମ୍ବା ହାର୍ଟ ରୋଗ  ଭଳି ସମସ୍ୟା ଏହାକୁ କମାଇଦେଇ ଥାଏ l  କମ ଟେସ୍ଟୋସ୍ଟେରନ ର ସମ୍ବନ୍ଧ କରୋନାରୀ ଆର୍ଟାରୀ ଡିଜିଜ ଓ ମେଟାବୋଲିକ ସମସ୍ୟାରୁ ମଧ୍ୟ ହୋଇଥାଏ l

କେତେବେଳେ ସତର୍କ ରହିବେ –
ଯଦି ଲଗାତାର ମର୍ନିଙ୍ଗ ଇରଏକ୍ସନ ହେଉନାହିଁ ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ, କିନ୍ତୁ ଲଗାତାର ଏଭଳି ହେବା ଏବଂ ଛାତିରେ ଯନ୍ତ୍ରଣା , ଥକା ଲାଗିବା ଅଣନିଶ୍ୱାସୀ ଲାଗିବା ଭଳି ସଂକେତ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ଏହା ପ୍ରାରମ୍ଭିକ ବ୍ଳକେଜ ର ସଂକେତ ହୋଇପାରେ l

Leave A Reply