Odisha news

ପିତ ଦୋଷ ଥିବା ଲୋକଙ୍କୁ ଏହିସବୁ ଖାଦ୍ୟ ଖାଇବା ଉଚିତ ନୁହେଁ, ହୋଇପାରେ ବିପଦପୂର୍ଣ୍ଣ

0

ପିତ୍ତଦୋଷ ର ଅନେକ ଗୁଡିଏ ଲକ୍ଷଣ ରହିଛି l ଯେପରିକି ତ୍ୱଚା ନାଲି ଦେଖାଯିବା, କୁଣ୍ଡେଇ ହେବା ଓ ଖୁବ ଶୀଘ୍ର କ୍ରୋଧ ଆସିବା, କିମ୍ବା ପେଟ ପୋଡିବା,ଏସିଡ଼ିଟି ସମସ୍ୟା ଦୀର୍ଘଦିନ ଧରି ରହିବା ହେଉଛି ପିତ୍ତଦୋଷ ର ଲକ୍ଷଣ l ଏହିସବୁ ଗୁଣ କୁ ପିତ ପ୍ରକୃତି କୁହାଯାଏ l ପିତ ଶରୀରରେ ପ୍ରସ୍ତିତ ହେଉଥିବା ହର୍ମୋନ ଓ ଏଞ୍ଜାଇମ କୁ ନିୟନ୍ତ୍ରିତ କରିଥାଏ l ତା ସହିତ ଶରୀରର ତାପମାତ୍ରା,ପାଚକ ଅଗ୍ନି,ନିୟନ୍ତ୍ରିତ ହୁଏ l ଏହା ସ୍ମଲ ଇଣ୍ଟେନଷ୍ଟାଇନ ରେ ମିଳିଥାଏ l ଏହି ଦୋଷ ଦ୍ୱାରା ପୀଡିତ ଥିବା ବ୍ୟକ୍ତି କିଛିଟା ଖାଦ୍ୟ ଠାରୁ ଦୁରେଇ ରହିବା ଉଚିତ l

– ବାଇଗଣ : ପିତ ପ୍ରକୃତି ଲୋକମାନେ ବାଇଗଣ ଖାଇବା ଉଚିତ ନୁହେଁ l କାରଣ ବାଇଗଣ ଗୋଟିଏ ଗରମ ପରିବା ଯାହାଦ୍ୱାରା ଶରୀରରେ ପିତ୍ତଦୋଷ ବଢି ଯାଇଥାଏ l ପେଟ ପୋଡିବା ତ୍ୱଚା କୁଣ୍ଡେଇ ହେବା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ l

– ସାରୁ : ଏହା ଗୋଟିଏ ଥଣ୍ଡା ପରିବା ହୋଇଥିଲେ ମଧ୍ୟ ସାରୁ ଖାଇବା ଉଚିତ ନୁହେଁ ପିତ୍ତଦୋଷ ରୋଗୀଙ୍କ ପାଇଁ l ଏହାକୁ ଖାଇବା ଦ୍ୱାରା ଗ୍ୟାସ,ଏସିଡ଼ିଟି ଇତ୍ୟାଦି ଅଧିକ ବୃଦ୍ଧି ପାଇଥାଏ l ତେଣୁ ପିତ୍ତଦୋଷ ରୋଗୀ ଏହାକୁ ଖାଇବା ଉଚିତ ନୁହେଁ l

– ପଣସ : ପିତ୍ତଦୋଷ ଥିବା ବ୍ୟକ୍ତିଙ୍କ ନିକଟରେ କୋଷ୍ଠ କାଠିନ୍ୟ,ଏସିଡ଼ିଟି ସମସ୍ୟା ରହିଥାଏ, ତେଣୁ ସେମାନେ ପଣସ ଖାଇବା ଉଚିତ ନୁହେଁ l ପଣସ ପାଚନ ଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ l

– ଭେଣ୍ଡି : ଆୟୁର୍ବେଦ ଅନୁସାରେ ପିତ୍ତଦୋଷ ଥିବା ବ୍ୟକ୍ତିଙ୍କୁ ଭେଣ୍ଡି ଖାଇବାକୁ ମନା କରାଯାଇ ଥାଏ l କାରଣ ଏହା ପିତ୍ତଦୋଷ କୁ ଅଧିକ ପ୍ରଭାବିତ କରିଥାଏ l

– କମଳା ଓ ଲେମ୍ବୁ : ଏହା ଥଣ୍ଡା ଫଳ ହୋଇଥିଲେ ମଧ୍ୟ ଏହା ପିତ୍ତଦୋଷ କୁ ଅଧିକ ବୃଦ୍ଧି କରିଥାଏ l କାରଣ ପିତ୍ତଦୋଷ ରୋଗୀମାନେ ଖଟା ଜିନିଷ ଠାରୁ ଦୁରେଇ ରହିବା ଉଚିତ l

Leave A Reply