Odisha news

ଶୀତଋତୁ ରେ ରୋଗ ଠାରୁ ଦୁରେଇ ରଖିଥାଏ ଏହି ୩ଟି ଜିନିଷ

0

ଶୀତ ଋତୁରେ ଲୋକ ମାନଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ l ଏହି ଋତୁରେ ଲୋକମାନେ ଅଧିକାଂଶ ରୋଗରେ ଗ୍ରସ୍ତ ହୋଇ ଥାଆନ୍ତି l ଏହି ସମୟରେ ଏହିସବୁ ରୋଗ ଠାରୁ ଦୁରେଇ ରହିବା ନିହାତି ଆବଶ୍ୟକ l ତେଣୁ ଶରୀରକୁ ଉଚିତ ମାତ୍ରାରେ ମିନେରାଲସ ଓ ଭିଟାମିନ ର ଆବଶ୍ୟକତା ରହିଥାଏ l ଏହାକୁ ସେବନ କରିବା ଦ୍ୱାରା ଆମ ଶରୀରକୁ ଉଚିତ ମାତ୍ରାର ପୋଷାକ ତତ୍ୱ ମିଳିଥାଏ ଓ ଇମ୍ୟୁନିଟି ବୃଦ୍ଧି ହୋଇଥାଏ l ତେଣୁ ବିଶେଷଜ୍ଞ ମାନଙ୍କ ମତରେ କିଛିଟା ପ୍ରାକୃତିକ ଜିନିଷକୁ ସେବନ କରି ନିଜର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ l

* ଲିମ୍ବ – ଲିମ୍ବ ଔଷଧୀୟ ଗୁଣରେ ଭରପୁର ଅଟେ l ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ହିତକର ଅଟେ l ଏହାଦ୍ୱାରା ମଧ୍ୟ ଇମ୍ୟୁନିଟିକୁ ବୃଦ୍ଧି କରି ପାରିବେ l ଲିମ୍ବ ସେବନ ଦ୍ୱାରା ଚର୍ମର ସମସ୍ତ ସମସ୍ୟା ଦୂର ହୋଇଥାଏ l ସୀତା ଋତୁରେ ଲିମ୍ବ ସେବନ କରିବା ଖୁବ ହିତକର ଅଟେ l

* ଅଶ୍ଵଗନ୍ଧା – ଅଶ୍ଵଗନ୍ଧା ଗୋଟିଏ ଏପରି ଜଡିବୁଟି ଯାହାର ବ୍ୟବହାର ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ l ମଧୁମେହ ସମସ୍ୟା ମଧ୍ୟ ଅଶ୍ଵଗନ୍ଧାରୁ ଦୂର ହୁଏ l ଶୀତଋତୁରେ ଅଶ୍ଵଗନ୍ଧା ସେବନ କରିବା ଦ୍ୱାରା ଥଣ୍ଡା କାଶ ଓ ଛିଙ୍କ ରୁ ଆରାମ ମିଳିଥାଏ l

* ଗୁଳୁଚି – ଏହା ଗୋଟିଏ ଆୟୁର୍ବେଦ ଔଷଧି ଅଟେ l ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର l ଶୀତଋତୁରେ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ ଗୁଳୁଚି l ଗୁଳୁଛି ପ୍ରାକୃତିକ ଔଷଧରେ ପରିପୂର୍ଣ ଅଟେ l  ଶରୀରକୁ ଭିତରୁ ଗରମ ପ୍ରଦାନ କରି ସଂକ୍ରମଣ ରୁ ରକ୍ଷା କରିଥାଏ l

Leave A Reply