ଆବୁଧାବି ବିମାନ ବନ୍ଦରରେ ଡ୍ରୋନ୍ ଆକ୍ରମଣରେ ୨ ଭାରତୀୟଙ୍କ ସମେତ ୩ଜଣଙ୍କ ର ମୃତ୍ୟୁ, ତେଲ ଟ୍ୟାଙ୍କର କୁ କରାଗଲା ଆକ୍ରମଣ
ନୂଆଦିଲ୍ଲୀ : ଆବୁ ଧାବି ବିମାନବନ୍ଦରରେ ୩ଟି ଟ୍ୟାଙ୍କର କୁ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି l ଏହାକୁ ୟମାନ ର ହୂତି ବିଦ୍ରୋହୀ ମାନଙ୍କ ଦ୍ୱାରା କରାଯାଇଛି l ଅବୁ ଧାବି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଅଜ୍ଞାତ ଆକ୍ରମଣକାରୀ ମାନେ ଏହି ଆକ୍ରମଣ ଘଟାଇ ଛନ୍ତି l ଏହି ଆକ୍ରମଣ ଡ୍ରୋନ୍ ମାଧ୍ୟମରେ କରାଯାଇଛି ବୋଲି ସୂଚନା ଦିଆ ଯାଇଛି l ବିଶେଷ ଭାବରେ ତେଲ ଟ୍ୟାଙ୍କର ଉପରେ ଏହି ଆକ୍ରମଣ କରାଯାଇଥିଲା l
ଏହି ବିସ୍ଫୋଟ ଏତେ ଭୟଙ୍କର ହୋଇ ଥିଲା ଯେ ଏହାର ନିଆଁ ଆବୁ ଧାବି ବିମାନ ବାଣ୍ଡର ନିକଟରେ ପହଂଚି ଯାଇଥିଲା l ଏହି ଆକ୍ରମଣ ଦ୍ୱାରା ଦୁଇ ଭାରତୀୟ ଓ ଜଣେ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ହୋଇଛି l ଯେବେକି ୬ଜଣ ଆହତ ହୋଇଛନ୍ତି l ଏହି ଘଟଣାଟି ସୋମବାରଦିନ ସକାଳ ସମୟରେ ଘଟି ଥିଲା l ବିମାନବନ୍ଦର ରେ ଅଧିକ କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ l ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏହି ଆକ୍ରମଣର ଦୋଷ ୟମାନ ର ହୂତି ବିଦ୍ରୋହୀ ମାନେ ନେଇଛନ୍ତି l