ଆମେରିକାର ଟେକ୍ସlସ ରେ ହନୁମାନଙ୍କର ୯୦ ଫୁଟ ମୂର୍ତି -‘ ଷ୍ଟାଚୁ ଅଫ ୟୁନିଅନ’ କୁ ନେଇ ରିପ୍ଲାଵିକନ ନେତାଙ୍କର ବିବାଦିତ ବୟାନ
ଆମେରିକାର ଟେକ୍ସlରେ ଗତ କିଛିଦିନ ତଳେ ଭଗବାନ ମହାବୀର ହନୁମାନ ଙ୍କର ୯୦ ଫୁଟ ଉଚର ଗୋଟିଏ ମୂର୍ତି ସ୍ଥାପିତ କରାଯାଇଛି, ଏହି ମୂର୍ତ୍ତିଟିର ନାମ ଷ୍ଟlଚୁ ଅଫ ୟୁନିଅନ ଦିଆଯାଇଛି, ବର୍ତମାନ ଟେକ୍ସସ ର ରିପବ୍ଲିକାନ ପାର୍ଟିର ନେତା ଭଗବାନ ହନୁମାନ ଙ୍କର ଏହି ମୂର୍ତ୍ତିକୁ ନେଇ ଆଲୋଚନା କରିଛନ୍ତି, ଯାହାକୁ ନେଇ ଟେକ୍ସସ ରେ ବିବାଦ ଦେଖାଦେଇଛି, ରିପବ୍ଲିକାନ ନେତା ଆଲେକ୍ଜାଣ୍ଡାର ଡେକାନ ହିନ୍ଦୁ ଦେବତାଙ୍କର ଏହି ମୂର୍ତି କୁ ନେଇ ବିବାଦିତ ବୟାନ ଦେଇଛନ୍ତି, କହିଛନ୍ତି ଆମେ ଈସାଈ ବହୁଳ ରାଷ୍ଟ୍ର ତେଣୁ ଆମ ଦେଶରେ ମିଥ୍ୟାବାଦୀ ହିନ୍ଦୁ ଭଗବାନ ଙ୍କର ଏତେବଡ଼ ବିଶାଳ ମୂର୍ତି ଲଗାଇବାର ଅନୁମତି କାହିଁକି ଦିଆଯାଇଛି l
ରିପବ୍ଲିକାନ ନେତା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ଲେଖିଛନ୍ତି ‘ ଆମେ ଟେକ୍ସସ ରେ ଜଣେ ମିଥ୍ୟା ହିନ୍ଦୁ ଦେବତା ଙ୍କ ମିଛ ମୂର୍ତି ସ୍ଥାପନା ପାଇଁ କାହିଁକି ଅନୁମତି ଦେଉଛୁ ? ଆମେ ଗୋଟିଏ ଈସାଈ ଦେଶ ? ଏଥି ସହିତ ଭଗବାନ ହନୁମାନ ଙ୍କ ମୂର୍ତି ସହିତ ଟେକ୍ସସ ର ସୁଗାର ଲ୍ୟାଣ୍ଡ ସହରରେ ଶ୍ରୀ ଅଷ୍ଟଲକ୍ଷ୍ମୀ ମନ୍ଦିର ସ୍ଥିତ ମୂର୍ତ୍ତିର ଭିଡିଓ ସେୟାର କରିଛନ୍ତି l
ରିପବ୍ଲିକାନ ପାର୍ଟି ନେତାଙ୍କ ବୟାନ ପରେ ସୋସିଆଲ ମିଡିଆରେ ତୁରନ୍ତ ଏହି ପୋଷ୍ଟ କୁ ନେଇ ପ୍ରତିକ୍ରିୟା ଦେଖା ଦେଇଥିଲା, ହିନ୍ଦୁ ଆମେରିକାନ ଫାଉଣ୍ଡେସନ ର ନେତା ଏହାକୁ ହିନ୍ଦୁ ବିରୋଧୀ ବୋଲି ଦର୍ଶାଇଛନ୍ତି l ଏହା ହିନ୍ଦୁ ଧର୍ମ ପ୍ରତି ବିରୋଧ ଏବଂ ଘୃଣା କୁ ଦର୍ଶାଉଛି ବୋଲି ସୂଚାଇ ଛନ୍ତି l ଏହାକୁ ନେଇ ବର୍ତମାନ ରିପବ୍ଲିକାନ ନେତାଙ୍କ ଉପରେ ବିଭିନ୍ନ ମହଲରୁ ବିବାଦିତ ବୟାନ ଦେଖିବାକୁ ମିଳିଛି l