Odisha news

ରାହୁ-କେତୁ ଙ୍କ ପ୍ରଭାବରୁ ଅଟକି ଯାଉଛି କାର୍ଯ୍ୟ ? ନବରାତ୍ରି ରେ କରି ନିଅନ୍ତୁ ଏହି ଉପାୟ

0

ହିନ୍ଦୁ ଧର୍ମରେ ନବରାତ୍ରି ଦିନ ଗୁଡିକୁ ଖୁବ ପବିତ୍ର ଦିନ ଭାବରେ ଗ୍ରହଣ କରାଯାଏ, ଏହି ସମୟରେ ମାଙ୍କୁ ଯିଏ ଯାହା ମାଗିଥାଏ ତାର ମନସ୍କାମନା ପୁର୍ଣ ହୋଇଥାଏ l ମା ଜଗତଜନନୀ ଧରାପୃଷ୍ଠ କୁ ଅବତରି ସାରିଛନ୍ତି  ପାପର ବିନାଶ ପାଇଁ l ଏହି ସମୟରେ ୩୩ କୋଟି ଦେବଦେବୀ ଙ୍କ ଶକ୍ତି ଏକତ୍ରିତ ହୋଇଛି ପାପର ବିନାଶ ପାଇଁ, ସେହିଭଳି କ୍ରୁର ଗ୍ରହ ମାନଙ୍କୁ ଶାନ୍ତ କରିବା ପାଇଁ କିମ୍ବା ସେମାନଙ୍କ ଉପଦ୍ରଵ କୁ ହ୍ରାସ କରିବା ପାଇଁ ଏହା ଗୋଟିଏ ଉପଯୁକ୍ତ ସମୟ ଅଟେ l

ଅନେକ ସମୟରେ ଜାତକରେ ଗ୍ରହ ମାନଙ୍କ ପ୍ରଭାବରୁ ଜୀବନ ରେ ସୁଖ ସମୃଦ୍ଧିର ହ୍ରାସ ହୋଇଥାଏ, ତେଣୁ ତାହାକୁ ହ୍ରାସ କରିବା ପାଇଁ ନବରାତ୍ରି ରେ କିଛିଟା ବିଧାନ କରିବା ଜରୁରୀ ଅଟେ l ଆସନ୍ତୁ ଜାଣିବା ବିଶେଷ ଭାବରେ ଦୁଇଟି କ୍ରୁର ଗ୍ରହ ରାହୁ କେତୁଙ୍କ ପ୍ରଭରୁ କିପରି ଆପଣ ଦୁରେଇ ରହି ପାରିବେ l

* ରହୁ ଏବଂ କେତୁ ଙ୍କ ପ୍ରଭାବକୁ କିପରି ଜାଣିବେ –
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ -କେତୁ ହେଉଛନ୍ତି ପାପୀ ଗ୍ରହ, ଜାତକ ରେ ଯେଉଁ ସ୍ଥାନରେ ଏହି ୨ଜଣ ରହିଥାଆନ୍ତି ଅଶୁଭ ଫଳ ଦେଇ ଥାଆନ୍ତି, ରାହୁ ବୁଦ୍ଧି ଭ୍ରଷ୍ଟ କରିଥାଏ, ଏବଂ କେତୁ କିଛିବି ଚିନ୍ତା ନକରି କୌଣସି କାର୍ଯ୍ୟ ରେ ଆଗକୁ ବଢାଇବା ରେ ସାହାଯ୍ୟ କରେ l ଏହି ଦୁଇଟି ଗ୍ରହ ଯଦି ଖରାପ ପଡିଗଲେ ଜୀବନ ରେ ଅନେକ ଅସୁବିଧା ଦେଖାଯାଏ l ରାହୁ ଜ୍ଞାନେନ୍ଦ୍ରିୟ କାରକ ଏବଂ କେତୁ କର୍ମେନ୍ଦ୍ରିୟ କାରକ ଅଟେ l

ରାହୁ-କେତୁ ଙ୍କ ଅଶୁଭ ପ୍ରଭାବ କିପରି କମ ହେବ –
* ମାନ୍ୟତା ରହିଛି ଯେ ମା ଦୁର୍ଗା ଙ୍କୁ ଯିଏ କେହି ଉପାସନା କରିଥଏ ତାର କୁଣ୍ଡଳୀ ରୁ ରାହୁ -କେତୁ ଦୋଷ ଦୂର ହୋଇଥାଏ, ନବରାତ୍ରି ସମୟ ରେ ମାଙ୍କ ନିକଟରେ ଦୁର୍ଗା ସପ୍ତସତୀ ପାଠ କରିବା ଦ୍ୱାରା ରାହୁ -କେତୁ ଙ୍କ ପ୍ରଭାବରୁ ମୁକ୍ତି ମିଳିଥାଏ l ଏହା ସହିତ ପ୍ରତିଦିନ ‘ଓଂ ନମୋ ଭଗବତେ ବାସୁଦେବାୟ ନମଃ ‘ ମନ୍ତ୍ର ୧୦୮ ଥର ପାଠ କରନ୍ତୁ l

* ମାନ୍ୟତା ରହିଛି ଯେ ମା ଦୁର୍ଗାଙ୍କର ବ୍ରହ୍ମଚାରୀଣି ଏବଂ ମା ଚନ୍ଦ୍ରଘଣ୍ଟା ଙ୍କୁ ପୂଜା କରିବା ଦ୍ୱାରା ରାହୁ-କେତୁ ଦୋଷ ଲଗଇନଥାଏ l ଏହି ଦୁଇ ଠାକୁରାଣୀ ଙ୍କୁ ପୂଜା କରି ରାହୁ -କେତୁ ଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ମିଳିଥାଏ l

* ଯଦି ଆପଣ ନବରାତ୍ରି ରେ ବ୍ରତ କରୁଛନ୍ତି ତେବେ ମା ଦୁର୍ଗା ଙ୍କ ସହିତ ମହାଦେବ ଏବଂ ହନୁମାନ ଙ୍କୁ ପୂଜା କରନ୍ତୁ , ରାହୁ-କେତୁ ଙ୍କ ପ୍ରଭାବ ରୁ ମୁକ୍ତି ମିଳିବ l ଏହା ସହିତ ଶିବ ସହସ୍ର ନାମ ଏବଂ ହନୁମାନ ସହସ୍ର ନାମ ପାଠ କରନ୍ତୁ l

Nalco
Leave A Reply