Odisha news

ହନୁମାନ ଚାଳିଶା ମଙ୍ଗଳବାର ରେ ପାଠ କରିବାର ରହିଛି ବିଶେଷ ନିୟମ, ଯାହାଦ୍ୱାରା ମିଳିଥାଏ ଚମତ୍କାରୀ ଲାଭ

0

ହନୁମାନ ହେଉଛନ୍ତି କଳିଯୁଗ ର ଜୀବନ୍ତ ଦେବତା, ତାଙ୍କ କୃପା ପାଇବା ପାଇଁ ସବୁଠୁ ସହଜ ଉପାୟ ହେଉଛି ହନୁମାନ ଚାଳିଶା, ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶା ରେ ୪୦ ଟି ପଦ୍ୟାସଂ ରହିଛି, ଯେଉଁଥିରେ ପ୍ରଭୁଙ୍କର ବୀରତା , ଭକ୍ତି ଏବଂ ରାମ ପ୍ରୀତି ଦର୍ଶା ଯାଇଛି l କିନ୍ତୁ ମଙ୍ଗଳବାର ରେ ହନୁମାନ ଚାଳିଶା ପାଠ କରିବା ପୂର୍ବରୁ କିଛିଟା ନିୟମ ଏବଂ ଏଥିରୁ ମିଳୁଥିବା ଲାଭ ଜାଣି ରଖିବା ଆବଶ୍ୟକ l

ହନୁମାନ ଚାଳିଶା ର ପୌରାଣିକ କଥା -:
ହନୁମାନ ଚାଳିଶା ନିୟମିତ ପାଠ କରିବା ଖୁବ ଶୁଭ ଅଟେ, ଏପରି କରିବା ଦ୍ୱାରା ସମସ୍ତ ପ୍ରକାର ବାଧା ଦୂର ହୋଇଥାଏ, ପୌରାଣିକ କଥା ଅନୁସାରେ ଗୋସ୍ୱାମୀ ତୁଳସୀ ଦାସ ଜୀ ଙ୍କୁ ମୋଗଲ ଶାସକ ଆକବର ବନ୍ଦୀ କରି ରଖିଥିଲେ, ଏବଂ ତୁଳସୀ ଦାସ ହନୁମାନ ଙ୍କର ଜଣେ ବଡ଼ ଭକ୍ତ ଥିଲେ, ସେ ସେହି ଜେଲ ରେ ରହି ହନୁମାନ ଚାଳିଶା ରଚନା କରିଥିଲେ, ଏବଂ ତାହାକୁ ରଚନା କରିସାରି ଯେତେବେଳେ ପାଠ କରିଥିଲେ ହଜାର ହଜାର ସଂଖ୍ୟା ରେ ବାନର ଆସି ତୁଳସୀ ଦାସ ଥିବା ଜେଲ କୋଠରୀ ବାହାରେ ଉତ୍ପାତ କରିଥିଲେ, ଏହାପରେ ତୁଳସୀ ଦାସଙ୍କୁ ଜେଲ ରୁ ମୁକ୍ତ କରାଯାଇଥିଲା l

ହନୁମାନ ଚାଳିଶା ପାଠ କରିବାର ଲାଭ –
ଯେଉଁ ବ୍ୟକ୍ତି ନିୟମିତ ହନୁମାନ ଚାଳିଶା ପାଠ କରିଥାଏ ତାର ସମସ୍ତ ଅସୁବିଧା ଦୂର ହୋଇଥାଏ , ଏବଂ ହନୁମାନ ସମସ୍ତ ସଙ୍କଟ ରୁ ମୁକ୍ତ କରିଥାଆନ୍ତି l
– ନିୟମିତ ଭାବରେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ l
– ହନୁମାନ ଚାଳିଶା ପାଠ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ ରହିଥାଏ ଏବଂ ଆଧ୍ୟାତ୍ମିକ ଉର୍ଜା ବୃଦ୍ଧି ହୋଇଥାଏ l
– ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ l

ହନୁମାନ ଚାଳିଶା ପାଠ କରିବାର ନିୟମ –
– ବ୍ରହ୍ମ ମୁହୁର୍ତରେ ଶଯ୍ୟା ତ୍ୟାଗ କରି ହନୁମାନଙ୍କୁ ଧ୍ୟାନ କରି ଚାଳିଶା ପାଠ କଲେ ଜୀବନ ରୁ ନକାରାତ୍ମକ ଭାବନାର ଓ ପ୍ରଭାବ ର ସମାପ୍ତ ହୋଇଥାଏ l
– ହନୁମାନ ଚାଳିଶା ମଙ୍ଗଳବାର ଦିନ ପାଠ କରିବା ସମୟ ରେ ନାଲି ରଙ୍ଗର ଆସନ ରେ ବସିବା ଜରୁରୀ l
– ସ୍ନାନ ପରେ ହନୁମାନଙ୍କୁ ଧ୍ୟାନ କରି ଚାଳିଶା ପାଠ କରିବା ସମୟ ରେ ହାତରେ ନାଲି ରଙ୍ଗର ପୁଷ୍ପ ଧରନ୍ତୁ ଏବଂ ପାଠ କରିସାରି ହନୁମାନ ଙ୍କ ପାଦରେ ଅର୍ପଣ କରନ୍ତୁ l
– ପ୍ରତି ମଙ୍ଗଳବାର ଦିନ ହନୁମାନ ଙ୍କ ନିକଟରେ ଗୁଡ଼ ଓ ଚଣା ର ପ୍ରସାଦ ଅର୍ପଣ କରନ୍ତୁ , ଏହାପରେ ଚାଳିଶା ପାଠ କରନ୍ତୁ l
– ହନୁମାନ ଚାଳିଶା ପାଠ ଦ୍ୱାରା ମନରେ ଶାନ୍ତି ଓ ଆତ୍ମ ବିଶ୍ୱାସ ବୃଦ୍ଧି ହୋଇଥାଏ, ଏବଂ ହନୁମାନ ଙ୍କ କୃପା ପ୍ରାପ୍ତ ହୋଇଥାଏ l

Leave A Reply