Odisha news

ହନୁମାନଙ୍କ କେଉଁ ଫଟୋ ଘରେ ରଖିଲେ ଶୁଭ ଓ ଅଶୁଭ ଆସନ୍ତୁ ଜାଣିବା…

0

ପ୍ରତ୍ୟେକ ହିନ୍ଦୁ ପରିବାରରେ ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତି ତାଙ୍କ ଘରେ ଭଗବାନଙ୍କ ଫଟୋ ଦେଖିବାକୁ ମିଳିଥାଏ । ଘରେ ଭଗବାନଙ୍କୁ ଆରାଧନା କଲେ ସକାରାତ୍ମକ ଶକ୍ତି ମିଳିଥାଏ । କିନ୍ତୁ ଘରେ ଭଗବାନ ପ୍ରତିମା କିଏ ଫଟୋ ଲଗାଇବାକୁ ମଧ୍ୟ କିଛି ନିୟମ ରହିଛି ଯାହାକୁ ପାଳନ କଲେ ଶୁଭଫଳ ମିଳିଥାଏ । ହନୁମାନଙ୍କୁ ଭଗବାନ ଶିବଙ୍କ ଏକାଦଶ ଅବତାର ବୋଲି କୁହାଯାଏ । ହନୁମାନ ଅମର ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ପ୍ରାୟ ସମସ୍ତ ହିନ୍ଦୁ ପରିବାରରେ ଲୋକେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କରିଥାନ୍ତି ।

ହନୁମାନ ନିଜ ଭକ୍ତଙ୍କ ସବୁ ବାଧା ଦୂର କରନ୍ତି ଓ ସବୁ ସମସ୍ୟାରୁ ରକ୍ଷା କରନ୍ତି ବୋଲି କୁହାଯାଏ । ଶନି, ରାହୁ, କେତୁ ଭଳି ଗ୍ରହଙ୍କ ଦୁଃପ୍ରଭାବରୁ ହନୁମାନ ନିଜ ଭକ୍ତଙ୍କୁ ରକ୍ଷା କରନ୍ତି ବୋଲି ବିଶ୍ୱାସ ରହିଛି । ଘରେ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ପୂଜା କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ, ଭୁତ ପ୍ରେତ ଭୟ ମଧ୍ୟ ରହିନଥାଏ । ତେବେ ଘରେ ହନୁମାନଙ୍କ କେଉଁ ଫଟୋ ରଖିଲେ ଶୁଭଫଳ ପ୍ରାପ୍ତ ହୋଇଥାଏ ଓ କେଉଁ ଫଟୋ ରଖିଲେ ଅଶୁଭଫଳ ପ୍ରାପ୍ତ ହୋଇଥାଏ, ଆସନ୍ତୁ ଜାଣିବା ….

ଘରେ ହନୁମାନଙ୍କ ଏହିସବୁ ଫଟୋ ଲଗାନ୍ତୁନାହିଁ :-

– ଯେଉଁ ଫଟୋରେ ହନୁମାନ ନିଜ ଛାତି ଚିରିଥିବେ ସେହିଭଳି ଫଟୋ ଘରେ ରଖନ୍ତୁ ନାହିଁ ।
– ଯେଉଁ ଫଟୋରେ ହନୁମାନ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ କାନ୍ଧରେ ବସେଇଥିବେ ସେହିଭଳି ଫଟୋ ମଧ୍ୟ ଘରେ ରଖିବା ଅନୁଚିତ ।
– ଯେଉଁ ଫଟୋରେ ହନୁମାନ ସଞ୍ଜିବନୀ ନେଇ ଉଡ଼ୁଥିବେ ସେହି ଫଟୋ ମଧ୍ୟ ଘରେ ରଖିବା ଅନୁଚିତ, ଏହାକୁ ଅଶୁଭ କୁହାଯାଏ ।
– ଯେଉଁ ଫଟୋରେ ହନୁମାନ ରାକ୍ଷସ ତଥା ଅଧର୍ମୀଙ୍କ ସଂହାର କରୁଥିବେ କିମ୍ବା ଲଙ୍କା ଦହନ କରୁଥିବେ ସେହି ଫଟୋ ରଖିବା ଅନୁଚିତ ।

ଘରେ ହନୁମାନଙ୍କ ଏହିସବୁ ଫଟୋ ରଖିବା ଶୁଭ ହୋଇଥାଏ :-

– ଯେଉଁ ଫଟୋରେ ହନୁମାନ ଯୁବ ଅବସ୍ଥାରେ ହଳଦିଆ ବସ୍ତ୍ର ପିନ୍ଧିଥିବେ, ଏହିଭଳି ଫଟୋ ରଖିଲେ ଘରେ ସୁଖ ସମୃଦ୍ଧି ବଜାୟ ରହେ ।
– ହନୁମାନ ନାଲି ବସ୍ତ୍ର ପିନ୍ଧିଥିବା ଫଟୋ ଘରେ ରଖିଲେ ପିଲାଙ୍କ ମନ ପାଠ ପଢାରେ ଲାଗିଥାଏ ।
– ଘରେ ରାମ ଦରବାରଙ୍କ ଫଟୋ ଲଗାଇଲେ ପରିବାରରେ ପ୍ରେମ ଓ ସୌହାର୍ଧ୍ୟ ବୃଦ୍ଧି ପାଇଥାଏ ।
– ଘରର ମୁଖ୍ୟଦ୍ଵାରରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପନା କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିନଥାଏ ।
– ହନୁମାନ ନିଜ ପ୍ରଭୁ ଶ୍ରୀରାମଙ୍କ ସେବାରେ ଲୀନ ଥିବା ଫଟୋ ଘରେ ରଖିବା ଉଚିତ, ଏହି ଫଟୋ ରଖିଲେ ଘରେ ଧନ ସମ୍ପତ୍ତିର ଅଭାବ ରହିବ ନାହିଁ ।

Leave A Reply