Odisha news

ଶୀତଋତୁ ରେ ଯଦି କେଶ ଝଡ଼ିବା ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଗାଧୋଇବା ସମୟରେ କରନ୍ତୁ ଏହି ଗୋଟିଏ କାର୍ଯ୍ୟ ଦୂର ହେବ କେଶ ଝଡ଼ିବା ସମସ୍ୟା

0

ଶୀତଋତୁ ଆସିବା ମାତ୍ରକେ ଅନେକ ଶାରୀରିକ ସମସ୍ୟା ଆରମ୍ଭ ହୋଇଯାଇ ଥାଏ, ଯେପରିକି ତ୍ୱଚା କୁଣ୍ଡେଇ ହେବା, ତ୍ୱଚା ଧଳା ଦେଖାଯିବା, କେଶ ଶୁଷ୍କ ରହିବା, କେଶ ମୂଳରେ ରୁପି ହୋଇ କେଶ ଝାଡ଼ିବା ସମସ୍ୟା ଦେଖା ଯାଇଥାଏ l ଏମିତି ସ୍ଥିତିରେ ଲୁଣ ପାଣିରେ ଗାଧୋଇବା ଫଳପ୍ରଦ ହୋଇଥାଏ l

* ତେବେ ଆସନ୍ତୁ ଜାଣିବା କିପରି କରିବା ଲୁଣ ର ବ୍ୟବହାର –
– ଯଦି ପ୍ରତିଦିନ ସାମାନ୍ୟ ଉଷୁମ ପାଣିରେ ଲୁଣ ପକାଇ ଆମେ ଗାଧୋଇ ଥାଉ ତେବେ ତ୍ୱଚା ଠିକ ଭାବରେ ସଫା ହୋଇଯାଇ ଥାଏ l ଲୁଣ ପାଣିରେ ଗାଧୋଇବା ଦ୍ୱାରା ତ୍ୱଚା ଓ କେଶ ରେ ଚମକ ଆସିଥାଏ l

– ଶୀତଋତୁ ରେ ପ୍ରାୟତଃ ଶରୀରରେ ମଇଶ୍ଚର ନଷ୍ଟ ହୋଇଯାଇ ଥାଏ, ଯେଉଁ କାରଣରୁ ଦେହ କୁଣ୍ଡାଇ ହୋଇଥାଏ ଓ ବିଭିନ୍ନ ପ୍ରକାର ରିଆସେସ ବାହାରିଥାଏ l ଲୁଣ ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ରହିଛି, ଲୁଣ ପାଣି ବ୍ୟାକ୍ଟେରିଆ କୁ ନଷ୍ଟ କରିଦେଇ ଥାଏ l ଯାହାଦ୍ୱାରା ସ୍କିନ ପ୍ରବ୍ଲେମ ଦୂର ହୋଇଥାଏ l

– ଶୀତଋତୁରେ ସ୍କିନ ଡଲ ଲାଗିଥାଏ ଓ ତ୍ୱଚା ଚମକ ହୀନ ମଧ୍ୟ ଦେଖାଯାଏ l ତେଣୁ ହାଲୁକା ଉଷୁମ ପାଣିରେ ଲୁଣ ମିଶାଇ ମୁହଁ ଧୋଇବା ଦ୍ୱାରା ଶରୀରର ଡେଡ଼ ସ୍କିନ ବାହାରି ଯାଇଥାଏ ଓ ତ୍ୱଚାରେ ଚମକ ଆସିଥାଏ l

– ଉଷୁମ ଲୁଣ ପାଣି ମାନସିକ ଚାପ କୁ କମ କରିଥାଏ l ଉଷୁମ ପାଣିରେ ଲୁଣ ପକାଇ ସ୍ନାନ କରିବା ଦ୍ୱାରା ମାଂସପେଶୀ କୁ ଆରାମ ମିଳିଥାଏ ଓ ଥକାପଣ ଦୂର ହୋଇଥାଏ l

Leave A Reply