Odisha news

ବଡ ଖବର : ଗୁଜୁରାଟ ସରକାର ଅହମ୍ମଦାବାଦରେ ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରକୁ ମଞ୍ଜୁରୀ

କୋଭିଡ ଗାଇଡ ଲାଇନକୁ ପାଳନ କରି ଲୋକମାନେ ରଥାଯାତ୍ରା ପାଳନ କରିବେ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ହେତୁ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲାଗୁ କରାଯାଇଛି। ଧାର୍ମିକ ଆୟୋଜନକୁ ବି ମନା କରାଯାଇଛି। ଏହି କ୍ରମରେ ଗୁଜୁରାଟ ସରକାର ଅହମ୍ମଦାବାଦରେ ମହାପ୍ରଭୂ ଜଗନ୍ନାଥଙ୍କ ରଥଯାତ୍ରକୁ ମଞ୍ଜୁରୀ ଦେଇଛନ୍ତି। କୋଭିଡ ଗାଇଡ ଲାଇନକୁ ପାଳନ କରି ଲୋକମାନେ ରଥାଯାତ୍ରା ପାଳନ କରି ପାରିବେ।

ଯେଉଁ ପଥ ଦେଇ ରଥ ବାହାରିବ ସେହି ପଥରେ କର୍ଫ୍ୟୁ ଲାଗୁ କରାଯିବ। ରଥକୁ ଟାଣୁଥିବା ଲୋ‌କେ ୪୮ଘଣ୍ଟା ପୂର୍ବରୁ ଆରଟି-ପିସିଆର ରିପୋର୍ଟ ପ୍ରଶାସନକୁ ଦେଖାଇବେ। ରଥ ସହିତ ଚାଲୁଥିବା ଟ୍ରକ, ଭଜନ ମଣ୍ଡଳୀ ଚଳିତ ଥର  ସାମିଲ ହୋଇ ପାରିବେ ନାହିଁ। ଏଥିସହିତ ସମସ୍ତ କରୋନା ନିୟମକୁ କଡ଼ାକଡ଼ି ପାଳନ କରାଯିବ। ଗତବର୍ଷ କରୋନା ହେତୁ ରଥଯାତ୍ରା ହୋଇ ନଥିଲା। କିନ୍ତୁ ଚଳିତଥର ଅହମ୍ମଦାବାଦ ପ୍ରଶାସନ ରଥଯାତ୍ରାକୁ ମଞ୍ଜୁରୀ ଦେଇଛନ୍ତି।

ତେବେ ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ଓଡ଼ିଶାରେ ରଥଯାତ୍ରା କେବଳ ପୁରୀରେ ହେବ। କୋର୍ଟ ଡେଲ୍ଟା ପ୍ଲସ ଭେରିଏଣ୍ଟ ଓ ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନେଇ ନିଷ୍ପତ୍ତିକୁ ସଠିକ ମାନି ପୂରା ରାଜ୍ୟରେ କୌଣସି ସ୍ଥାନରେ ରଥ ବାହାରି ପାରିବ ନାହିଁ ବୋଲି କଟକଣା ଲାଗୁ କରିଥିଲେ। କୋର୍ଟ ପୂରା ରାଜ୍ୟରେ ରଥଯାତ୍ରାକୁ ନେଇ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି।

Comments are closed.