ନବରଙ୍ଗପୁର (କେ.ସାକିଲି ଦୋରା)—ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ବାମୁଣୀ ପଞ୍ଚାୟତ ଅନ୍ତର୍ଗତ ବି. ଗୁମଣ୍ଡଳି ଗ୍ରାମର ଜଣେ ମହିଳାଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ଧନମତି ମାଝୀ(୫୫) ବୋଲି ଜଣା ପଡ଼ିଛି।ସୂଚନା ଅନୁସାୟୀ, ଧନମତି ମାଝୀ ଆଜି ଗାଁ ନିକଟସ୍ଥ ଜମିକୁ ଧାନ ରୋଇବାକୁ ଯାଇଥିଲେ। ତେବେ ଅପରାହ୍ନ ପ୍ରାୟ ୪ଟାରେ କୋଷାଗୁମୁଡ଼ା ସମେତ ଆଖାପାଖ ଅଞ୍ଚଳରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇଥିଲା । ଧନମତି ଜମିରେ ଧାନ ରୋଇବା ସମୟରେ ହଠାତ୍ ସେଠାରେ ବଜ୍ରାଘାତ ହେବାରୁ ଏହାର ପ୍ରଭାବରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା ତେଣୁ ଘଟଣା ସ୍ଥଳରେ ହିଁ ଧନମତିଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ କୋଷାଗୁମୁଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିକୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ମୃତ ମହିଳା ଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।ଏନେଇ ଥାନାରେ ଏକ ଅପମୃତ ମାମଲା ରୁଜୁ କରାଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।
Comments are closed.