ଗୋପ : ବୁଧବାର ବିଳମ୍ୱିତ ରାତିରେ ଗୋପ ଥାନା ଅନ୍ତର୍ଗତ ପୋଇତରା ଗ୍ରାମରେ ଥିବା ପ୍ରସିଦ୍ଧ ବାବା ନୀଳକଣ୍ଠେଶ୍ଵର ଶିବ ମନ୍ଦିର ରୁ କେତକ ଦୁବୃର୍ତ୍ତ ମନ୍ଦିର ର ତାଲା ଭାଙ୍ଗି ସୁନ ରୁପା ଅଳଙ୍କାର ସହିତ ତିନୋଟି ଦାନବାକ୍ସ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି।ଏନେଇ ପୂଜକ ଦିଲ୍ଲୀପ ହୋତା ଓ ପୋଇତରା ଗ୍ରାମବାସୀ ମାନେ ଗୋପ ଥାନା ରେ ଅଭିଯୋଗକରିଛନ୍ତି। ତେବେ ଅଭିଯୋଗ ପାଇ ଗୋ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।ଗତକାଲି ରାତି ୮ଟାରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ସମ୍ପର୍ଣ୍ଣ ପରେ ପୂଜକ ଠାକୂରଙ୍କ ପହୁଡ଼ ପକାଇ ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଆସିଥିଲେ।ମାତ୍ର ଗୁରୁବାର ଭୋର ୫ଟା ବେଳେ ପୂଜକ ଦିଲ୍ଲୀପ ହୋତା ମନ୍ଦିର ଯାଇ ଦେଖନ୍ତି ମନ୍ଦିର ଗ୍ରୀଲ କାଟିବା ସହିତ ମୁଖ୍ୟ ଫାଟକର ତାଲା ଭାଙ୍ଗି ଦୃବତ ମାନେ ତିନୋଟି ହୁଣ୍ଡି ବକ୍ସକୁ ନେଇ ଯାଇଛନ୍ତି।ତେବେ ଏନେଇ ପୂଜକ ଓ ଗ୍ରାମବାସୀ ମାନେ ଲକ୍ଷାଧିକ ଟଙ୍କା ସୁନା ଗହଣା ଲୁଟୁ ହୋଇଥିବା ନେଇ ପୋଲିସିର ଅଭିଯୋଗ କରିଛନ୍ତି।ମାତ୍ର କିଛିଦିନ ଧରି ଗୋପ ଥାନା ଅଞ୍ଚଳରେ କ୍ରମାଗତ ଭାବରେ ମନ୍ଦିର ଚୋରି ହେଉଥିବା ବେଳେ ପୋଲିସ କୌଣସି ଅଭିଯୁକ୍ତ ମାନଙ୍କୁ ଗିରଫ କରି ପାରିନାହିଁ।ମନ୍ଦିର ଲୁଟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଯୁବ ସମାଜ ସେବୀ ଜିତେନ୍ଦ୍ର ମହାନ୍ତି ପୁରୀ ଆରକ୍ଷୀ ଅଧିକ୍ଷକ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।