Odisha news

ଡ଼ଭାର ଗାଁରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ।

0
ଗୋପ : ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ଗୋପବନ୍ଧୁ ଦାସଙ୍କ କର୍ମ ସ୍ଥଳୀ ଗୋପ ବ୍ଲକ ଡଭାର ଗାଁରେ ଧୁମଧାମରେ ପାଳିତ ହୋଇଯାଇଛି।ନିମାପଡା ବିଧାୟକ ସମିରିରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତ୍ୱତାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଛି।ଗାନ୍ଧୀ ଜୟନ୍ତୀରୁ ବିଜୁଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉପଲକ୍ଷେ ଆଜି ବିଧାୟକ ଶ୍ରୀ ଦାଶ ଶତାଧିକ ଦଳୀୟ କର୍ମଙ୍କ ଗହଣରେ ଆସି ଗୋପବନ୍ଧୁ ଦାସଙ୍କ କର୍ମ ସ୍ଥଳୀ ଡଭାର ଗାଁରେ ପହଂଚି ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୃତିରେ ପୁଷ୍ପମାଲ୍ୟ ଦେଇଥିଲେ।ପରେ ଏକ ପଥପ୍ରାନ୍ତ ସଭାରେ ବିଧାୟକ ଶ୍ରୀ ଦାଶ ଉତ୍କଳ ମଣୀ ଗୋପବନ୍ଧୁଙ୍କ ଗୁଣଗାନ କରିଥିଲେ। ଏହି ସମାରୋହରେ ଡଭାର ଓ  ରାହ୍ନାଗୋରଡା ପଂଚାୟତର ଶତାଧିକ କର୍ମୀ ଯୋଗଦେଇଥିଲେ।

Leave A Reply