Odisha news

ଗୋପ: ଅଧାପାନ୍ତରିଆ ନଦୀବନ୍ଧରୁ ଖସିଲା ଟଙ୍କା ଭର୍ତି ଗାଡ଼ି, ଅଲ୍ପକେ ବର୍ତିଲେ ଷ୍ଟେଟବ୍ୟାଙ୍କ କର୍ମଚାରୀ।

0
ଗୋପ,ତା,୨୮,୮-ସୋମବାର ମଧ୍ୟାହ୍ନରେ ଗୋପ ଜଳସମ୍ପଦ ବିଭାଗ ଅଧିନ ଶୋଳପୁର – ମଦରଙ୍ଗ ରାସ୍ତା ରେ ଚାଲିଥିବା କାମ ଅଧାପନ୍ତରିଆ ହୋଇ ପଡିବା ଫଳରେ ଭାରତୀୟ ଷ୍ଟେଟବ୍ୟାଙ୍କ ର ଏକ ଟଙ୍କା ଭର୍ତ୍ତି ଗାଡ଼ି ଦୀର୍ଘ ୫ ଘଣ୍ଟା ଧରି ଫସି ରହିବା ସର୍ବ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ ଷୋମବାର ମଧ୍ୟାହ୍ନରେ ଭୁବନେଶ୍ୱର ମୁଖ୍ୟ ଟେଷ୍ଟ ବ୍ୟାଙ୍କ କାର୍ଯ୍ୟାଳୟ ର ଗୋଟିଏ ଗାର୍ଡ ଭ୍ୟାନ ନମ୍ବର ଓଡି,୦୨,ବିଏସ୍- ୦୯୯୭ ଟି ଗୋପ ଟେଷ୍ଟ ବ୍ୟାଙ୍କ ସମେତ ବିଭିନ୍ନ ସ୍ଥାନରେ ଏଟିଏ ମ ରେ ଟଙ୍କା ଭର୍ତି କରିବାକୁ ଆସୁଥିଲା। ହଠାତ୍ ଏହି ଅଧାପନ୍ତରିଆ ନଦୀ ବନ୍ଧ କଡ଼ ଦେଇ ଆସୁଥିବା ବେଳେ ତଳକୁ ଖସି ପଡିଥିଲା। ଏହି ସମୟରେ ଗାଡ଼ି ମଧ୍ୟ ରେ ଥିବା ଷ୍ଟେଟବ୍ୟାଙ୍କ ର ବରିଷ୍ଠ ଅଧିକାରୀ ବିଭୁ ପ୍ରସାଦ ସ୍ବାଇଁ ଙ୍କ ସହିତ ଆଉ ଦୁଇ କର୍ମଚାରୀ ଜୀବନ ବଞାଇବା ଲାଗି ଡେଇଁ ପଡିଥିଲେ।ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତିଯାଇଥିଲେ।ପରେ ଏହି ନଦୀ ବନ୍ଧ ରାସ୍ତା ଗାଡ଼ି ମଟର ଯା ଆସ ବନ୍ଦ ହୋଇଯାଇଥିଲା। ତେବେ ଉଛଅଧିକାରୀଙ୍କୁ ଖବର ଦେବାପରେ ପରେ ହାଇୱ। ଟୋଚନ ଆସି ଗାର୍ଡ ଭ୍ୟାନକୁ ଉଦ୍ଧାର କରିଥିଲାଦୀର୍ଘ ୫ ଘଣ୍ଟା ଧରି ଏହି ଟଙ୍କା ଭର୍ତ୍ତି ଗାଡ଼ି ସେହି ରାସ୍ତା ରେ ଅଟକି ରହିଥିବା ବେଳେ ଗାର୍ଡ ଜଣଙ୍କ ବନ୍ଧୁକ ଧରି ଜଗି ରହିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଏହି ନଦୀ ବନ୍ଧ ରାସ୍ତା ବନ୍ୟା ଆସିବା ପୂର୍ବରୁ କୋଟିଏ ଟଙ୍କା ର ରାସ୍ତା କାର୍ଯ୍ୟ ହୋଇଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଖରାପ ହୋଇ ଯାଇଥିଲା।ମାତ୍ର ଦୀର୍ଘ ମାସ ଧରି ଏହି କାମ ଅଧାପନ୍ତରିଆ ହୋଇ ପଡିବା ଯୋଗୁଁ ଆଜି ଏପରି ଘଟଣା ଘଟିଥିବା ସୂଚନା ମିଳିଛି। ଏପରି ଅଭିଯୋଗ ସଂପର୍କରେ ନିମାପଡ଼ା ଜଳସମ୍ପଦ ବିଭାଗର ଅଧିକ୍ଷକ ଯନ୍ତ୍ରୀ ବୈକୁଣ୍ଠ ନାଥ ଦଳାଇ ଙ୍କୁ ପଚାରିବା ରେ କାମ ହେଉଛି। ମାତ୍ର କୌଣସି କାରଣଜୋଙ୍ଗୁ ବାରମ୍ବାର ନଦୀ ବନ୍ଧ ଦବୁଛି। ତୁରନ୍ତ ଏହି କୁଶଭଦ୍ରା ନଦୀ ବନ୍ଧ କାର୍ଯ୍ୟ କରାଯିବ ବୋଲି କହିଥିଲେ।
Leave A Reply