ଗୋପ : ବେଗୁନିଆଁ ଓଭରସିଜ ବ୍ୟାଙ୍କ ମ୍ୟାନେଜର ନିଳକଣ୍ଠ ମହାପାତ୍ରଙ୍କ ଗୋଟିଏ ପଲସର ଗାଡି ଓଡି ୦୫ ଜି ,୪୪୬୭ କୁ ବୁଧବାରଦିନ କେହି ଦୁର୍ବୁତ ଚୋରୀ କରି ନେଇଯାଇଲେ l
ସେ ଗୋପ ଥାନାରେ ଅଭିଯୋଗ କରିବା ପରେ ଗୋପ ପୋଲିସ ୨୦୧/୨୦୨୦ ରେ ଏକ ମକଦମା ରୁଜ କରି ବିଭିନ୍ନ ସ୍ଥାନରେ ଛାନଭିନ କରୁଥିବା ସମୟରେ ଗାଡିଟି ଏରବଙ୍ଗ ପଞ୍ଚାୟତ ତାରିଣୀ ମନ୍ଦିର ଜଙ୍ଗଲ ନିକଟରେ ପଡିଥିବା ଦେଖିବାକୁ ପାଇଥିଲେ । ଗୋପ ଥାନା ଆଇ ଆଇ ସି ସୁଧିର କୁମାର ସାହୁ ଗାଡିଟିକୁ ଜବତ କରି ବ୍ୟାଙ୍କ ମ୍ୟାନେଜର ଙ୍କୁ ହସ୍ତାନ୍ତର କରିଥିଲେ ।