Odisha news

ଔପଦା ବ୍ଲକ ଯନ୍ତ୍ରୀଙ୍କୁ ମାଡମାରିବା ପ୍ରସଙ୍ଗ : କର୍ମଚାରୀଙ୍କ କଲମଛାଡ ଆନେ୍ଦାଳନ

0

ଔପଦା : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ କାର୍ଯ୍ୟାଳୟରେ ଜଣେ ଯୁବ ନେତା ଏକ କାମର ବିଲକୁ କେନ୍ଦ୍ର କରି କାର୍ଯ୍ୟରତ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର ସହ ମାଡମାରିବା ପ୍ରସଂଗରେ ବ୍ଲକର ସମସ୍ତ କର୍ମଚାରୀ କଲମ ଛାଡ ଆନେ୍ଦାଳନ ଆରମ୍ଭ କରିଥିବା ଦେଖାଦେଇଛି । ଗତ ୨୮ ତାରିଖ ପ୍ରାୟ ଦିନ ୧୦.୪୫ ସମୟରେ ଶ୍ୟାମସୁନ୍ଦରପୁରୁ ପଞ୍ଚାୟତର ଯୁବ ନେତା ଦୀପକ ରଂଜନ ଦାସ (ଲୁନା) କାର୍ଯ୍ୟାଳୟରେ ପହଞ୍ଚି ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତିଙ୍କୁ ଏକ କାମର ବିଲକୁ ନେଇ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛିା ଏହାକୁ ନେଇ ବ୍ଲକର କାର୍ଯ୍ୟରତ କର୍ମଚାରୀ ମାନେ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସଂଗେ କର୍ମଚାରୀ ମାନଙ୍କ ସୁରକ୍ଷା ଦାବୀକରି ଦିନ  ୧୦ ଟାରେ ଅଫିସ ଖୋଲିବା ପରେ କାର୍ଯ୍ୟରେ ଯୋଗ ନଦେଇ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ।

ଅପରାହ୍ନ ୪ ଟା ପରେ ନିଳଗିରୀ ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ଜେନା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି  ଆନେ୍ଦାଳନକାରୀ କର୍ମଚାରୀ ମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କର୍ମଚାରୀ ମାନେ ଅଭିଯୁକ୍ତକୁ ଗିରଫ ନକରିବା ପର୍ଯ୍ୟନ୍ତ କଲମଛାଡ ଆନେ୍ଦାଳନ ଅବ୍ୟାହତ ରହିବ ବୋଲି କହିଥିବା ଜଣାଯାଇଛି । ଉପଜିଲ୍ଲାପାଳ ଶ୍ରୀ ଜେନାଙ୍କ ସମେତ ବିଡିଓ ସନ୍ତୋଷ କୁମାର ପତି,ଥାନା ଅଧିକାରିଣୀ ସୁଜାତା ଖମାରୀ,ଅତିରିକ୍ତ ତହସିଲଦାର ହେମନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଯନ୍ତ୍ରୀଙ୍କୁ ମାଡ ମରାଯିବା ଅଭିଯୋଗରେ ଔପଦା ପୁଲିସ ପକ୍ଷରୁ ୬୩/୨୦ ନଂ ମୂଳେ ଏକ ମାମଲା ରୁଜ କରାଯାଇ ଅଭିଯୁକ୍ତକୁ ଗିରଫ ପାଇଁ ଉଦ୍ୟମ ଚାଲିଛି ବୋଲି କୁହାଯାଇଛି । ଏହି କଲମଛାଡ ଆନେ୍ଦାଳନରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସ୍ମିତା ଟୁଡୁ,ବରିଷ୍ଠ ଯନ୍ତ୍ରୀ ଚିତ୍ତରଂଜନ ଜେନା,ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି,ରମେଶ ସିଂ,ଗୟାଧର ସିଂ, ଜି.ପି.ଓ ଦାମୋଦର ମାଝି ଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ମାନେ ସାମିଲ ଥିଲେ ।

Leave A Reply