Odisha news

କୋଣାର୍କ-ଗୋପ-ଚାରିଛକ ରାସ୍ତାର ପାଣିଛତ୍ର ନିକଟରେ ସିରିଜ ଦୃଘଟଣା,ଛାତ୍ରୀଙ୍କ ସମେତ ଦୁଇ ଗୁରୁତ୍ବର।ପିକପ ଭ୍ୟାନ ଚକା ତଳେ ଚାପି ହୋଇ ରହିଛି ବାଇକ ଓ ସ୍କୁଟି

0
ଗୋପ : ଗୋପ-ଚାରିଛକ ରାସ୍ତାର ପାଣିଛତ୍ର ନିକଟରେ ସିରିଜ ଦୃଘଟଣା,ଛାତ୍ରୀଙ୍କ ସମେତ ଦୁଇ ଗୁରୁତ୍ବର।ମଙ୍ଗଳ ବାର ସନ୍ଧ୍ୟାରେ ଘଟିଛି ଦୃଘଟଣା।ଖବରରୁ ପ୍ରକାଶ ଗୋପରୁ ଦ୍ରୁତଗତିରେ  ପିକପ ଭ୍ୟାନଟି ନମ୍ବର-ଓଡ଼ି୦୨ସିଇ-୨୨୦୭ ଗାଡିଟି ଦ୍ରୁତଗତିରେ  ଯାଇ ବିପରୀତ ଦିଗରୁ ଗୋପ ଆସୁଥିବା ରାଜରାଶିର ବ୍ରଜମୋହନ ପ୍ରଧାନ(୨୪)ଙ୍କୁ ଧକ୍କା ଦେବସହ ରାସ୍ତା ପାର୍ଶ୍ୱରେ ସ୍କୁଟି ଧରି ଠିଆହୋଇଥିବା ଷଷ୍ଠ ଶ୍ରେଣୀର ଛାତ୍ରୀ ଆଫିଆ ପର୍ବୀନ ଓ ରମିଜା ପର୍ବୀନ(୨୨)ଙ୍କୁ ଧକ୍କା ଦେଇ ରାସ୍ତା ପର୍ଶ୍ୱକୁ ଖସି ପଡ଼ିଥିଲା ତେବେ ବାଇକ ଓ ସ୍କୁଟିଟି ପିକପ ଭ୍ୟାନ ଚକା  ତଳେ ଚାପି ହୋଇଛି।ତେବେ ସ୍ଥାନୀୟ ଲୋକମାନେ ଗୁରୁତ୍ବର ଆହତ ମାନଙ୍କୁ ସଙ୍ଗେ ସଙ୍ଗେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସିତ କରିଛନ୍ତି।ଦୃଘଟଣା ସ୍ଥଳରେ ଉତେଜନା ଲାଗିରହିଥିବା ବେଳ ଗୋପ ପୋଲିସ ବିଳମ୍ବରେ ପହଂଚି ଦୃଘଟଣାର କାରଣ ଖୋଜୁଛି।ପିକପ ଭ୍ୟାନର ଡ୍ରାଇଭରକୁ ଅଟକ ରଖି ଗୋପ ପୋଲିସ ଜିମା ଦେଇଛନ୍ତି।
Leave A Reply