ପ୍ରାୟ ସମସ୍ତେ ନିଜ ନିଜ ଜୀବନ ରେ ଖୁସି ରହିବାକୁ ଇଛା କରି ଥାଆନ୍ତି, ଏଭଳି କୌଣସି ଗୋତିଏବ୍ୟକ୍ତି ନାହିଁ ଯାହାକୁ ଜୀବନ ରେ ଖୁସି ରହିବା ପାଇଁ କଷ୍ଟ ହୋଇଥାଏ l ଆମେମାନେ ପ୍ରାୟ ସମସ୍ତେ ଭାବିଥାଉ ଜୀବନ ରେ ପ୍ରାୟ ଆମେ ସମସ୍ତେ ନିଜ ନିଜ ସ୍ଥାନରେ ଖୁସିରେ ରହିଛୁ l ଅନେକ ସମୟରେ ଲାଗିଥାଏ ମୁଁ ଯଦି ଖୁସି ଅଛି ତେବେ ସମସ୍ତେ ଖୁସିରେ ଥିବେ l ଆଜି ଆମେ ନିଜକୁ ଏହି ୪ଟି ପ୍ରଶ୍ନ ପଚାରିବା ଯାହାଦ୍ୱାରା ଆମେ ଖୁସି ଅଛୁ କି ନାହିଁ ଜାଣି ପରିବା l
– ପ୍ରଥମ ପ୍ରଶ୍ନଟି ହେଲା ଆପଣ ସବୁଠୁ ଅଧିକ କାହାକୁ ମହତ୍ୱ ଦେଇ ଥାଆନ୍ତି :
ଆଜିର ସମାଜ ରେ ଆମ ନିକଟରେ ସେହି ସମସ୍ତ ଜିନିଷ ରହିଛି ଯାହାକୁ ନେଇ ଆମେ ଖୁସି ଅନୁଭବ କରିବା l ଏହି ସବୁଥି ମଧ୍ୟରେ ଖୁବ କମ ଲୋକ ସ୍ଥିର କରି ଥାଆନ୍ତି ଯେ ସେମାନେ ଅଧିକ ମହତ୍ୱ କାହାକୁ ଅଧିକ ଦେଇଥାଆନ୍ତି l ଯଦି ଆପଣ ଏହି ବିଷୟରେ ଠିକ ଭାବରେ ଜାଣିପାରିଲେ ତେବେ ଆପଣ ଖୁସି ରହିପାରିବେ l
– ଦ୍ଵିତୀୟ ପ୍ରଶ୍ନ ଟି ହେଲା ଆପଣଙ୍କୁ କେଉଁ ଜିନିଷ ରେ ଅଧିକ ଖୁସି ମିଳୁଛି :
ଏହା ପ୍ରତ୍ୟେକ ବ୍ୟକ୍ତି ନିଜକୁ ନିଜେ ପ୍ରଶ୍ନ କରିବା ଜରୁରୀ ଯେ ତାଙ୍କୁ କେଉଁଥିରେ ସବୁଠୁ ଅଧିକ ଖୁସି ମିଳୁଛି l ସାଙ୍ଗ ମାନଙ୍କ ସହିତ ମସ୍ତି, ନା ପରିବାର ସହିତ ସମୟ ବିତାଇବା ସମସ୍ତଙ୍କୁ ଭଲ ଲାଗିଥାଏ l କିନ୍ତୁ ଏଇ ସବୁ ମଧ୍ୟରେ ଏଭଳି କଣ ରହିଛି ଯାହା ଆପଣଙ୍କୁ ଅଧିକ ଖୁସି ଦେଇଥାଏ l ଯଦି ଆପଣ ଏହି ପ୍ରଶ୍ନ ର ଉତର ପାଇଯିବେ ତେବେ ଜୀବନ ର ଉଦେଶ୍ୟ ମଧ୍ୟ ଜାଣି ପାରିବେ l
– ତୃତୀୟ ପ୍ରଶ୍ନ ଟି ହେଲା ଆପଣ କିଛି ଅଦ୍ଭୁତ କିମ୍ବା ରୋମାଞ୍ଚକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି କି :
ଯଦି ଆପଣ ଏହି ପ୍ରଶ୍ନଟି ର ଉତର ଜାଣି ପାରିବେ ତେବେ ଆପଣ ଗୋଟିଏ ସୁଖୀ ଜୀବନ ବିତାଉଛନ୍ତି ବୋଲି ଜାଣିବେ l କାହିଁକି ନା ଆମ ମାନଙ୍କ ମଧ୍ୟରୁ ଏଭଳି ଅନେକ ଲୋକ ଅଛନ୍ତି ଯିଏକି ଅନ୍ୟକୁ ଖୁସି କରିବା ପାଇଁ ବିଭିନ୍ନ କାର୍ଯ୍ୟ କରି ଥାଆନ୍ତି l
– ଚତୁର୍ଥ ପ୍ରଶ୍ନ ହେଲା କଣ ଆପଣ ନିଜକୁ ଭଲ ପାଆନ୍ତି :
ସବୁଠୁ ଜରୁରୀ ହେଉଛି ସେଲ୍ଫ ଲଭ , ଯୋଉଟା ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ରହିବା ଆବଶ୍ୟକ l ଯଦି ଆମେ ଅନ୍ୟର ଚିନ୍ତା ଅନ୍ୟର ଖୁସିକୁ ବାରମ୍ବାର ଗୁରୁତ୍ୱ ଦେବା ତେବେ କଦାପି ଖୁସି ରହିପାରିବା ନାହିଁ l ଯଦି ଆପଣ ନିଜକୁ ନିଜେ ଖୁବ ଅଧିକ ଭଲ ପାଉଛନ୍ତି ତେବେ ଜଣେ ସୁଖୀ ମଣିଷ ଅଟନ୍ତି l