Odisha news

ଏହା ହେଉଛି ନିଶା ଖୋର ବ୍ୟକ୍ତିଙ୍କ ଦେଶ, ଏଠାରେ ସମସ୍ତେ ସବୁବେଳେ ନିଶାରେ ଚୁର

0
କେବଳ ଆମ ଦେଶ ନୁହେଁ ସାରା ଦୁନିଆରେ ମଦର ଏଭଳି ଏଭଳି ସଉକ ଲୋକଙ୍କର ରହିଛି, ଯେଉଁମାନେ ସନ୍ଧ୍ୟା ହେବା ମାତ୍ରକେ ମଦ ଦୋକାନ ରେ ପହଂଚି ଯାଇ ଥାଆନ୍ତି l ଏହା ମଧ୍ୟ ସତକଥା ଯେ ଯାହାର ମଦ ନିଶା ରହିଥାଏ ସେ ଦିନ ଓ ରାତି ମଧ୍ୟରେ ଫରକ ଜାଣିପାରେ ନାହିଁ , ଯେତେବେଳେ ଇଚ୍ଛା ହୁଏ ମଦ ପିଇବାକୁ ବସିଯାଏ l ଏମିତିରେ ଦେଖିବାକୁ ଗଲେ ଦୁନିଆରେ ଅନେକ ମଦ ପିଉଥିବା ମଦୁଆ ଦେଖିବାକୁ ମିଳି ଥାଆନ୍ତି, କିନ୍ତୁ ଏଭଳି ଗୋଟିଏ ଦେଶ ରହିଛି ଯିଏକି ମଦ ପିଇବାରେ ୧ନମ୍ବର ଅଟେ l
ଦୁନିଆରେ ସବୁଠୁ ଅଧିକ ମଦ୍ୟପାନ କରିଥାଆନ୍ତି ୟୁରୋପୀୟ ଦେଶ ବେଲାରୁଷ ର ଲୋକମାନେ l ଏଠାରେ ଗୋଟିଏ ବର୍ଷରେ ଗୋଟିଏ ବ୍ୟକ୍ତି ପ୍ରାୟ ୧୭.୫ ଲିଟର ମଦ ପିଇଥାଏ l ଏତିକି ମଦ ବେଳରୁଷ ତୁଳନାରେ ଗୋଟିଏ ବ୍ୟକ୍ତି ପାଇଁ ଖୁବ ଅଧିକ ଅଟେ l କାହିଁକି ଯଦି ଜନସଂଖ୍ୟା କଥା ଦେଖିବା ବେଳରୁଷ ର ଜନସଂଖ୍ୟା ୨୦୨୨ ସୁଧା ୯୪ ଲକ୍ଷ ଅଟେ l ଅନ୍ୟ ପକ୍ଷରେ ଯଦି ଭାରତ କଥା କହିବା ୨୦୧୮ ରେ ଗୋଟିଏ ରିପୋର୍ଟ ଅନୁସାରେ ଦେଶ ରେ ଗୋଟିଏ ବ୍ୟକ୍ତି ପିଛା ୫.୭ ଲିଟର ଥିଲା l ଯାହାକି ବେଲାରୁଷ ତୁଳନାରେ ଖୁବ କମ ଅଟେ l
ଯଦି ମଦ ଉତ୍ପାଦନ କଥା ଦେଖିବା ସବୁଠୁ ଆଗରେ ଭାରତ ପରେ ଇଟାଲୀ ର ସ୍ଥାନ ରହିଛି l ଏହାପରେ ସ୍ପେନ, ଫ୍ରାନ୍ସ ଭଳି ଦେଶ ରହିଛନ୍ତି l ବେଲାରୁଷ ରେ ବିଶେଷ ଭାବରେ ମଦ ଉପରେ ଶୁଳ୍କ ଖୁବ କମ ଲାଗୁ କରାଯାଇ ଥାଏ l ଏହାଛଡା ଏଠାକାର ବାର ଗୁଡିକ ସର୍ବାଧିକ ସମୟ ଖୋଲା ରହିଥାଏ l ଏଠାରେ ଉଭୟ ପୁରୁଷ ଓ ନାରୀ ବାର ରେ ବସି ମଦ୍ୟପାନ କରି ଥାଆନ୍ତି l ଏଠାରେ ମଦ୍ୟପାନ ଉପରେ ମଧ୍ୟ କୌଣସି ପ୍ରତିବନ୍ଧକ ନାହିଁ l ଯାହାକି ଅନ୍ୟ ଦେଶ ତୁଳନା ରେ ଗୋଟିଏ ବଡ ନିଶା ଆକଳନ l

Leave A Reply