Odisha news

ସମଲେଇ ପ୍ରକଳ୍ପ ଲୋକାର୍ପଣ ନେଇ ମା’ତାରିଣୀ ପୀଠକୁ ଆସିଲା ନିମନ୍ତ୍ରଣ ପତ୍ର 

0
ଘଟଗାଁ,୧୬/୦୧- ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ମା’ ସମଲେଶ୍ବରୀ ମନ୍ଦିରର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ଏବଂ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେବାପାଇଁ କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ଘଟଗାଁ ମା’ତାରିଣୀ ମନ୍ଦରରେ ଆଜି ପହଞ୍ଚିଛି ନିମନ୍ତ୍ରଣ ପତ୍ର। ସମଲେଶ୍ବରୀ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମରାଜ ପାଣିଗ୍ରାହୀ ଏବଂ ପୂଜକ ପ୍ରକାଶ ରାୟ ନିମନ୍ତ୍ରଣ ପତ୍ର ନେଇ ଘଟଗାଁରେ ପହଁଚିବା ପରେ ପରିବେଶ ଭକ୍ତିମୟ ହୋଇପଡିଥିଲା। ସ୍ୱାଗତ କରିବା କରିବା ପାଇଁ ଘଟଗାଁ ବିଡିଓ ଭଗବତ ମହାପାତ୍ର, କେନ୍ଦୁଝର ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦେଶକ ସଞ୍ଜୀବ ମହାପାତ୍ର,ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ତାରିଣୀ ମନ୍ଦିରର ସେବାୟତ ଗଣ ଓ କର୍ମଚାରୀ ଗଣ ଭବ୍ୟ ସ୍ୱାଗତ ଜଣାଇଥିଲେ।ଘଂଟଘଣ୍ଟା ,ସଂକୀର୍ତ୍ତନ ଓ ହୁଳହୁଳିରେ ତାରିଣୀ ମନ୍ଦିର ପଯ୍ୟନ୍ତ ଅତିଥି ମାନଙ୍କୁ ପାଛୋଟି ନିଆଯାଇଥିଲା । ଆସିଥିବା ଅତିଥି ମାନେ ତାରିଣୀ ମନ୍ଦିରେ ପୂଜାର୍ଚ୍ଚନା କରିବା ପରେ  ୨୭ତାରିଖ ଦିନ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ତାରିଣୀ ମନ୍ଦିର ସେବାୟତ ମାନଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ନିମନ୍ତ୍ରଣ ପତ୍ର ପାଇ ତାରିଣୀ ମନ୍ଦିର ସେବାୟତ ମାନେ ବେସ ଖୁସି ପ୍ରକାଶ କରିଛନ୍ତି।
Nalco
Leave A Reply