ଘଟଗାଁ,୧୪/୦୪/୨୩-କେନ୍ଦୁଝର ଆରାଧ୍ୟ ଦେବୀ ମା’ତାରୀଣୀଙ୍କ ଘଟଗାଁ ପିଠରେ ମହା ବିଷୁବ ପଣା ସଂଙ୍କ୍ରାନ୍ତିକୁ ମା’ଙ୍କ ବାର୍ଷିକ ଉତ୍ସବ ଭାବେ ମହା ଆଡମ୍ବରରେ ପାଳିତ ହୋଇଛି । ଆଜି ମାଙ୍କ ୮୭ ତମ ବାର୍ଷିକ ଉତ୍ସବ ତଥା ଓଡିଆ ନବ ବର୍ଷରେ ମାଙ୍କ ସୁନା ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ଓ ପାଇଁ ଜିଲ୍ଲା ପ୍ରଶାନ ଓ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୁବନ୍ଦବୋସ୍ତ କରାଯାଇଥିବା ବେଳେ ବ୍ୟାପକ ପୋଲିସ ମୁତୟନ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଛନ୍ତି। ଏଥି ସହ ଭକ୍ତଙ୍କ ପାଇଁ ମନ୍ଦିରରେ ଭୋଗ ଓ ପଣା ସହ କ୍ଲାନ୍ତି ଦୁର ସାଂସ୍କୃତିକ କାର୍ଯ୍ୟକ୍ରମ ମନୋରଞନର ଖୁରାକ ପାଲଟିଛି । ମହା ବିଷୁବ ପଣା ସଂଙ୍କ୍ରାନ୍ତି ପାଇଁ ଜଗତ ଜନନୀ ମା ତାରିଣୀଙ୍କ ପିଠ ଘଟାଗାଁ ଉତ୍ସବ ମୂଖର। ୧୯୩୭ ମସିହାରୁ ମହା ଆଡମ୍ବରରେ ମାଙ୍କ ବାର୍ଷିତ ଉତ୍ସବ ଭାବେ ପାଳିତ ହୋଇ ଆସିଥିବା ଏହି ଉତ୍ସବ ୮୭ବର୍ଷରେ ପହଁଚିଛି । ଏହି ଅବସରରେ ଆଜି ସକାଳ ୩ ଟାରୁ ମାଙ୍କ ମାଜଣା ପରେ ସ୍ନାନ ସମାପନ ହୋଇଥିଲା ।ଧୁପ ଦୀପ ନୈବଦ୍ୟ ସହ ଶଂଙ୍ଖ ଙ୍ଘଣ୍ଟ ସବ୍ଧରେ ମାଙ୍କ ମଙ୍ଗଳ ଆଳତୀ ସହ ମା ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଓଡିଆ ନବ ବର୍ଷରେ ମାଙ୍କ ଦର୍ଶନ ପାଇଁ ସକାଳ ପହରରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ମାଙ୍କ ପିଠରେ ଲାଗି ରହିଛି । ଏହି ଦିନରେ ମାଙ୍କ ଦର୍ଶନ କଲେ ବର୍ଷ ତାମାମ ମାଙ୍କ କୃପା ରହିଥିବା ବିଶ୍ବାସ ରହିଛି ।ପ୍ରବଳ ଭକ୍ତଙ୍କ ଭିଡକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରା ଯାଇଥିଲା । ଶୃଙ୍ଖଳା ଦର୍ଶନ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୨ପ୍ଲାଟୁନ ଫୋର୍ସ ସହ ୨୦ରୁ ଉର୍ଦ୍ଧ୍ବ ଅଫିସର, ୩୦୦ରୁ ଉର୍ଧ ସ୍ବଛାସେବି ନିୟଜିତ ହୋଇଥିଲେ। ଏଥି ସହ ମାଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଧାଡି ବ୍ୟବସ୍ଥା ହୋଇଥିବା ବେଳେ ଭୋଗ ଲଗାଇବା ପାଇଁ ୮ଟି ଧାଡି ହୋଇଥିଲା । ପ୍ରବଳ ଖରାର ପ୍ରତିକାର ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ପରିଷର ଓ ପାଲା ମଣ୍ଡପକୁ ତାରପିନ ଛାଉଣି କରାଯିବା ସହ ପାଣ ସିଞ୍ଚ ବ୍ୟବସ୍ଥା କାରଯିଥିଲା । ଭକ୍ତଙ୍କ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପଣା, ଅର୍ଣ୍ଣପ୍ରସାଦର ବ୍ୟବସ୍ଥା କରାଯାଇଥିଲା।ଜରିରୀ କାଳିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅଶୁଘାତ ଶୀବିର ସ୍ଥାପନ ସହ ଅଗ୍ନୀଶମ ବିଭାଗ ସଜାଗ ହୋଇ ରହିଥିଲେ । ତେବେ ଖରାରେ ଭକ୍ତଙ୍କୁ ମନ୍ଦିର ପକ୍ଷରୁ ପଣା ଆସ୍ବସ୍ତି ଦେଇଥିବା ବେଳେ ବଦାନ୍ୟ ବକ୍ତିଙ୍କ ଦ୍ବାରା ଅନ୍ନ ପ୍ରସାଦ ବିତରଣ କରାଯାଇଥିଲା । ଏଥି ସହ ମାଙ୍କ ସାଂସ୍କୃତିକ ମଞ୍ଚରେ ସକାଳୁ ସନ୍ଧ୍ୟ ପର୍ଯ୍ୟନ୍ତ ଅଖଣ୍ଡ ଭଜନ କାର୍ଯ୍ୟକ୍ରମ ଶ୍ରଧାଳୁଙ୍କୁ ବିମୋହିତ କରିଥିଲା।